ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗାଜର ଖାଇବାର ଅନେକ ଫାଇଦା ରହିଛି । ଏଥିରେ ଭିଟାମିନ୍ ଏ,ସି,କେ,ବି୮, ତମ୍ବା, ଲୁହା ଭଳି ଅନେକ ଖଣିଜ ଭିଟାମିନ୍ ମିଳିଥାଏ । ସବୁ ସିଜିନ୍ ରେ ଗାଜର ବଜାରରେ ଉପଲବ୍ଧ ଥାଏ । ଆଜି ଆମେ ଆପଣଙ୍କୁ ଗାଜର ଜୁସ୍ ର ଫାଇଦା ବିଷୟରେ କହିବାକୁ ଯାଉଛୁ । ପ୍ରତିଦିନ ଗାଜର ସାଲାଡ ଖାଇବା ଅପେକ୍ଷା ଗାଜର ଜୁସ୍ ପିଇବା ଦ୍ୱାରା ତ୍ୱଚାରେ ଚମକପଣ ଆସିଥାଏ । ଏହାସହିତ ଗାଜର ଦ୍ୱାରା ରକ୍ତ ବିଷାକ୍ତ ମଧ୍ୟ କମ ହୋଇଥାଏ ।
- ଗାଜରରେ ଭିଟାମିନ୍ ଏ ଅଧିକ ମାତ୍ରାରେ ଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ ।
- ଗାଜର ଜୁସ୍ ପିଇବା ଦ୍ୱାରା ଶରୀରର ହିମୋଗ୍ଲୋବିନ୍ ମାତ୍ରା ବଢିଯାଏ । ଗାଜରରେ ଅଧିକ ମାତ୍ରାରେ ଫାଇବର ଥାଏ, ଯାହା ଶରୀରର ପାଚନ ଶକ୍ତିକୁ ବଢାଇଥାଏ ।
- ଗାଜରରେ କ୍ୟାରୋଟିନାୟଡ ଥାଏ, ଯାହା ହୃଦ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହାସହିତ ନିୟମିତ ଗାଜର ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ମାତ୍ରା କମି ଯାଇଥାଏ ।
- ଗାଜର ସେବନ ଦ୍ୱାରା ରକ୍ତ ସର୍କରା ସ୍ତର ସଠିକ୍ ରହିଥାଏ ।
- ଗାଜର ଜୁସରେ ମିଶିରି ଏବଂ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡା କାଶ ଆଦି ସମସ୍ୟାରୁ ଛୁଟକାରା ମିଳିଥାଏ ।