ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ମନୁଷ୍ୟ ସଠିକ୍ ଭାବେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିପାରୁ ନାହିଁ । ଯେଉଁଥିପାଇଁ ମନୁଷ୍ୟକୁ ଅନେକ ରୋଗର ଶିକାର ହେବାକୁ ପଡୁଛି । ମାତ୍ର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ରଖିପାରିବେ । ଏଥିପାଇଁ ଆପଣ ପ୍ରାକୃତିକ ଜିନିଷ ବ୍ୟବହାର କରିପାରିବେ । ସେଥିମଧ୍ୟରୁ ଗାଜର ଅନ୍ୟତମ । ଶରୀରକୁ ସୁସ୍ଥ ରଖିବାରେ ଖୁବ୍ ସହାୟକ ହୋଇଥାଏ ଗାଜର । ତେବେ ଆସନ୍ତୁ ଜାଣିବା ଗାଜରର ଉପକାରିତା ବିଷୟରେ.. । ଗାଜର ଦ୍ୱାରା କେବଳ ଆପଣଙ୍କ ଓଜନ ହ୍ରାସ ହୁଏ ତାହା ନୁହେଁ ବରଂ ଦୃଷ୍ଟି ଶକ୍ତି ବି ବୃଦ୍ଧି ହୋଇଥାଏ ।
ଗାଜର ରେ ଭିଟାମିନ୍ ଏ, ସି, କେ, ବି୮, ତମ୍ବା, ଲୁହା ଭଳି ଅନେକ ଖଣିଷ ପଦାର୍ଥ ଏବଂ ଭିଟାମିନ୍ସ ମିଳିଥାଏ । ଯାହା ସୁସ୍ଥ ଶରୀର ପାଇଁ ନିହାତି ଆବଶ୍ୟକ । ଗାଜର ସେବନ ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏହାବ୍ୟତିତ ଗାଜର ଜୁସ୍ ସବୁଠାରୁ ଅଧିକ ଉପକାରୀ ହୋଇଥାଏ । ଗାଜର ଜୁସ୍ ରେ ଭିଟା-କ୍ୟାରୋଟିନ୍, ଅଲ୍ଫା-କ୍ୟାରୋଟିନ୍ ଏବଂ ଲ୍ୟୁଟିନ୍ ଭଳି ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ । ଯାହାଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ ଏବଂ ହାର୍ଟ ଆଟାକ୍ ର ବିପଦ ବି କମ୍ ହୋଇଥାଏ । ଯଦି ଆପଣ ବିନା ଔଷଧରେ କୋଲେଷ୍ଟ୍ରଲ କମ୍ କରିବାକୁ ଚାହୁଁଛନ୍ତି, ତେବେ ନିୟମିତ ସେବନ କରନ୍ତୁ ଗାଜର ଜୁସ୍ ।
ଗାଜର ଜୁସ୍ ରେ ବହୁତ କମ୍ କ୍ୟାଲୋରୀ ଥାଏ । ଏହି ଜୁସ୍ ଶରୀରରେ ବାଇଲ ରିଲିଜ୍ କୁ ବଢାଇ ଥାଏ । ଏହାସହିତ ଗାଜର ଜୁସ୍ ସେବନ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଦୃଷ୍ଟି ଶକ୍ତି ବି ବୃଦ୍ଧି ହୋଇଥାଏ । ଏହି ଜୁସ୍ ଶରୀରରେ ଅକ୍ସଡେଟିଭ ଷ୍ଟ୍ରେସ୍ କୁ କମ କରିଥାଏ ।