ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଚକୋଲେଟ୍ ଡେ । ଛୁଆଠୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ଚକୋଲେଟ ଖାଇବାକୁ ପସନ୍ଦ କରିଥାନ୍ତି । ଆପଣମାନେ ସମସ୍ତେ ଜାଣିଥିବେ ଚକୋଲେଟ୍ ଖାଇବା ଦ୍ୱାରା , ବ୍ରଣ, ମୋଟାପଣ, ଉଚ୍ଚ ରକ୍ତଚାପ, ଦାନ୍ତ ଖରାପ ଏବଂ ମଧୁମେହ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ଚକୋଲେଟ ଖାଇବା ପୂର୍ବରୁ ପ୍ରଥମେ ଭାବିବାକୁ ପଡିଥାଏ ଯେ ଚକୋଲେଟ ଖାଇବି କି ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ ଫାଇଦା ।
ଟ୍ରୋପିକଲ ଥିୟୋବ୍ରୋମା କୋକୋ ଗଛର ମଞ୍ଜିରୁ ଚକୋଲେଟ ହୋଇଥାଏ ଏବଂ ଏହା ଆଣ୍ଟିଅକ୍ସିଡେଣ୍ଟର ସବୁଠାରୁ ଭଲ ସ୍ରୋତ । ଅଧ୍ୟୟନରୁ ଜଣାପଡିଛି କି, ସ୍ୱାସ୍ଥ୍ୟ ପାଇଁ ହିତକର କୋକୋ ମଞ୍ଜି । ଆଜି ଆମେ ଆପଣଙ୍କୁ ଚକୋଲେଟ ଖାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ ।
ଚକୋଲେଟ୍ ରେ ଅନେକ ପ୍ରକାରର ପୌଷ୍ଟିକ ତତ୍ୱ ରହିଛି । ଖାସକରି ଡାର୍କ ଚକୋଲେଟରେ ଅତ୍ୟଧିକ ମାତ୍ରାରେ କୋକୋ ଥାଏ । ଯେଉଁଥିରେ ମିନେରାଲ ଏବଂ ଫାଇବର ଭରପୁର ମାତ୍ରାରେ ଥାଏ । ଏହାସହିତ ଡାର୍କ ଚକୋଲେଟରେ ଜିଙ୍କ ଅଧିକ ମାତ୍ରାରେ ଥାଏ ଯାହା ଶରୀରର ୩୦୦ ଏଞ୍ଜାଇମକୁ ଆକ୍ଟିଭ କରିଥାଏ ଏବଂ ମେଟାବଲିଜିମ୍ ବଢାଇବାର କାମ କରିଥାଏ । ଏହାବ୍ୟତିତ ଚକୋଲେଟରେ ଆୟରନ୍ ମ୍ୟାଗ୍ନେସିୟମ, ମାଙ୍ଗାନିଜ୍, ପୋଟାସିୟମ, ଫସଫରସ ଏବଂ ସେଲେନିୟମ ରହିଥାଏ ।
ଚକୋଲେଟରେ ଫ୍ଲେନଲ୍ସ ଅତ୍ୟଧିକ ମାତ୍ରାରେ ରହିଥାଏ ଯାହା ଏଣ୍ଡୋଥିଲିୟମ ଏବଂ ଅର୍ଟରିଜ୍ ଲାଇନ୍ କୁ କମ କରିବାରେ ସହାୟକ ହୋଇଥାଏ । ଯେଉଁଥିପାଇଁ ନାଇଟ୍ରିକ ଅକ୍ସାସାଇଡ ପ୍ରଡକ୍ସନ ହୋଇଥାଏ ଏବଂ ଅର୍ଟରିଜ୍ ର ମସଲ୍ସକୁ ରିଲାକ୍ସ ରଖିଥାଏ । ଯାହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ ।
କୋକୋ ରେ କେବଳ ରକ୍ତଚାପ ନୁହେଁ ବରଂ ହାର୍ଟ ଆଟାକ ହେବାର ଆଶଙ୍କାକୁ କମ କରିବାର ଗୁଣ ରହିଛି । ଏକ ଅଧ୍ୟୟନରୁ ଜଣାପଡିଛି କି ପ୍ରତିଦିନ ୧୯ ରୁ ୩୦ ଗ୍ରାମ ଚକୋଲେଟ ଖାଇବା ଦ୍ୱାରା ହାର୍ଟ ସମସ୍ୟା ହୋଇନଥାଏ ।
ମଧୁମେହ ରୋଗୀ ପାଇଁ ଚିନି କ୍ଷତିକାରକ ହୋଇଥାଏ କିନ୍ତୁ ଚକୋଲେଟ କ୍ଷତିକାରକ ହୋଇନଥାଏ । ଟାଇପ୨ ମଧମେୟର ଲକ୍ଷଣକୁ କମ କରିବାରେ ସହାୟକ ହୋଇଥାଏ ଚକୋଲେଟ ।
ତିନି ପ୍ରକାରର ଚକୋଲେଟ ରହିଛି । ହ୍ୱାଇଟ ଚକୋଲେଟ, ମିଲ୍କ ଚକୋଲେଟ, ଡାର୍କ ଚକୋଲେଟ । ଏହା ସ୍ୱାସ୍ଥ୍ୟ ଲାଭକାରୀ ହୋଇଥାଏ । ଏଥିରେ କୋକୋ ମୁଖ୍ୟ ସାମଗ୍ରୀ ଯାହା ସ୍ୱାସ୍ଥ୍ୟ ପାଇଁ ଫାଇଦା । ଏହି ତିନୋଟି ଚକୋଲେଟ ମଧ୍ୟରୁ ଅଧିକ ଫାଇଦା ହେଉଛି ଡାର୍କ ଚକୋଲେଟ । କାରଣ ଏଥିରେ ଚିନି ବିଲକୁଲ ନଥାଏ କୋକୋର ମାତ୍ରାର ଅଧିକ ଥାଏ ।
କୌଣସି ଜିନିଷକୁ ଆବଶ୍ୟକତାଠାରୁ ଅଧିକ ସେବନ କରିବା ଉଚିତ୍ ନୁହେଁ । ସେହିପରି ଗୋଟେଦିନରେ ୩୦ ରୁ ୬୦ ଗ୍ରାମରୁ ଅଧିକ ଚାକୋଲେଟ ସେବନ କରିବା ଉଚିତ୍ ନୁହେଁ । ଯାହାଦ୍ୱାରା ଓଜନ ବୃଦ୍ଧି ହେବା ସହ ଅନ୍ୟ ସମସ୍ୟା ମଧ୍ୟ ଉପୁଜିବ ।