ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲବଙ୍ଗରେ ଥିବା ଆଂଟିସେପ୍ଟିକ୍ ଗୁଣ ପେଟ ଗ୍ୟାସ, ଦାନ୍ତ ଦରଜ ଏବଂ ସୁନ୍ଦରତା ସହ ଜଡିତ ଅନେକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ସାଧାରଣତଃ ଲବଙ୍ଗ ଗରମ ହୋଇଥାଏ କିନ୍ତୁ ଥଣ୍ଡା ଦିନେ ଏହା ଖୁବ୍ ଲାଭକାରୀ ଅଟେ । ତେବେ ଆସନ୍ତୁ ଜାଣିବା ଲବଙ୍ଗର କିଛି ଗୁଣକାରୀ ଫାଇଦା ସମ୍ପର୍କରେ..
ପେଟ ଗ୍ୟାସ ରୁ ମୁକ୍ତି: ସକାଳୁ ଖାଲି ପେଟରେ ଅଧା ଗ୍ଲାସ ପାଣିରେ ଗୋଟେ ବୁନ୍ଦା ଲବଙ୍ଗ ତେଲ ପକେଇ ପିଅନ୍ତୁ ।
ଥଣ୍ଡା କାଶରୁ ଆରମ: ପାଟିରେ ଲବଙ୍ଗ ଜାକିବା ଦ୍ୱାରା ଥଣ୍ଡା କାଶ ଏବଂ ଗଳା ଦରଜ ଆଦିରୁ ଆରାମ ମିଳିଥାଏ ।
ପାଟିରୁ ଦୁର୍ଗନ୍ଧ ଦୂର: ପ୍ରତ୍ୟେକ ଦିନ ସକାଳୁ ଲବଙ୍ଗ ଖାଇବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ଦୂର ହୋଇଥାଏ ।
ତ୍ୱଚାରୁ ଦାଗ ଦୂର ହେବା: ବେସନରେ କିଛି ଲବଙ୍ଗ ପାଉଡର ମିଶାଇ ପ୍ୟାକ କରି ତ୍ୱଚାରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚାରୁ ସମସ୍ତ ଦାଗ ଦୂର ହୋଇଯିବ ।
କେଶ ସମସ୍ୟା: ପାଣିରେ ୨ରୁ୩ ଟି ଲବଙ୍ଗ ପକାଇ ସେହି ପାଣିରେ କେଶ ଧୋଇବା ଦ୍ୱାରା କେଶ ସମସ୍ୟା ଦୂର ହୋଇଥାଏ ।