ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନଡିଆ ତେଲକୁ ସାଧାରଣତଃ କେଶ କିମ୍ବା ଶରୀରରେ ଲଗାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ତେଲକୁ ଲଗାଇବା ଦ୍ୱାରା ଯେତିକି ଲାଭ ହୋଇଥାଏ ତାଠାରୁ ଅଧିକ ଲାଭ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ହୋଇଥାଏ ।
ଆଜ୍ଞା ହଁ ଖାଦ୍ୟ ରେ ନଡିଆ ତେଲ ବ୍ୟବହାର କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଆପଣ ଖାଦ୍ୟରେ ନିୟମିତ ଭାବେ ନଡିଆ ତେଲ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ନଡିଆ ତେଲର ଫାଇଦା ସମ୍ପର୍କରେ..
– ଅଲଜାଇମର ରୋଗକୁ ଭଲ କରିବାରେ ନଡିଆତେଲ ବେଶ୍ ଉପଯୋଗୀ ହୋଇଥାଏ । ଏହାସହିତ ନଡିଆ ତେଲ ସେବନ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
– ଖାଦ୍ୟରେ ନଡିଆ ତେଲ ବ୍ୟବହାର କରିବା ଦ୍ୱାରା ଶରୀରରେ ଚର୍ବି କମ ମାତ୍ରାରେ ଜମାଟ ବାନ୍ଧିଥାଏ ।
– ଲେମ୍ବୁ ରସ ସହିତ ନଡିଆ ତେଲ ମିଶାଇ ସେବନ କରିବା ଦ୍ୱାରା ଅତିରିକ୍ତ ଚର୍ବି ଉପରେ ପ୍ରଭାବ ପଡିଥାଏ । ଏହା ଶରୀରରୁ ଟକ୍ସିସକୁ ବାହାରକୁ ବାହାର କରିଥାଏ ।
– ନଡିଆ ତେଲରେ ତିଆରି ଖାଦ୍ୟକୁ ସେବନ କରିବାର ଲମ୍ବା ସମୟ ଯାଏଁ ଭୋକ ଲାଗିନଥାଏ ।
– ଥାଇରଏଡ ରୋଗୀ ଯଦି ତାଙ୍କ ଡାଇଟରେ ନଡିଆ ତେଲ ସାମିଲ କରିବେ ତେବେ ଏହା ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ।
– ଶରିର ସୁସ୍ଥ ରହିବା ପାଇଁ ଇମ୍ୟୁନିଟି ମଜବୁତ ହେବା ନିହାତି ଆବଶ୍ୟକ । ନଡିଆ ତେଲରେ ଥିବା ମିନେରାଲ୍ସ ଆପଣଙ୍କ ଶରୀରରେ ଇମ୍ୟୁନିଟି ବଢାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।