ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧନିଆପତ୍ର । ଏହାକୁ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । କିଛି ଲୋକ ଏହାକୁ ଚଟଣୀ କରି ମଧ୍ୟ ସେବନ କରିଥାନ୍ତି । ଆଉ କିଛି ଲୋକ ଶୁଖିଲା ଧନିଆ ମଧ୍ୟ ଖାଦ୍ୟରେ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଧନିଆରେ ଅନେକ ଔଷଧୀୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।
– ପାଟି ଘାକୁ ଭଲ କରିବାରେ ଧନିଆ ଖୁବ୍ ପ୍ରଭାବଶାଳୀ । ଏଥିରେ ଥିବା ଆଣ୍ଟିସେପ୍ଟିକ ଗୁଣ ପାଟି ଘାକୁ ଭଲ କରିବାରେ ସହାୟକ ହୋଇଥାଏ ।
– ଯଦି ଆପଣଙ୍କ ପରିଶ୍ରା ହଳଦିଆ ହେଉଥାଏ, ତେବେ ସୁଖିଲା ଧନିଆକୁ ପେଶି ଏକ ଗ୍ଲାସ ପାଣିରେ ଦୁଇ ଚାମଚ ପେଶା ହୋଇଥିବା ଧନିଆକୁ ମିଶାଇ ଫୁଟାଇ ଦିଅନ୍ତୁ । ଏହାପରେ ସେହି ପାଣି ଥଣ୍ଡା ହେବା ପରେ ତାକୁ ଛାଣି ସକାଳେ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା ପରିଶ୍ରାରେ ପରିବର୍ତ୍ତନ ହୋଇଥାଏ ।
– ଧନିଆରେ ତିଆରି ହୋଇଥିବା ତେଲକୁ ମାଲିଶ କରିବା ଦ୍ୱାରା ଦରଜ ଦୂର ହୋଇଥାଏ । ସେଥିପାଇଁ ଆପଣ ଶୋରିତ ତେଲରେ ସୁଖିଲା ଧନିଆ ପକାଇ ପାଞ୍ଚ ମିନିଟ୍ ନିଆଁରେ ଗରମ କରି ନିଅନ୍ତୁ । ଏହାପରେ ସେହି ତେଲକୁ ଥଣ୍ଡା କରି ମାଲିସ କରନ୍ତୁ ।
– ରକ୍ତସ୍ରାବକୁ ନିୟନ୍ତ୍ରିତ କରିବା ପାଇଁ ଫୁଟା ହୋଇଥିବା ଧନିଅ ପାଣିକୁ ସେବନ କରିବା ଉଚିତ୍ । ଧନିଆରେ ଥିବା ଆୟରନ ରକ୍ତର ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ ।
– ଧନିଆରେ ଭିଟାମିନ୍ ଏ, ଏବଂ ସି ଭରପୁର ମାତ୍ରାରେ ରହିଛି । ଯାହା ଆମ ଶରୀରରେ ରୋଗ ସହ ଲଢିବାର ଶକ୍ତି ସୃଷ୍ଟି କରିଥାଏ ।