ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ପରିବର୍ତ୍ତନ ଜୀବନଶୈଳୀ ମଧ୍ୟରେ ଲୋକଙ୍କ ପାଖରେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ । ଏହାସହିତ ଖାଇବା ପିଇବା ଏବଂ ରହିବା ସଂପୂର୍ଣ୍ଣ ବଦଳି ଯାଇଛି । ଯାହାଫଳରେ ଅନେକ ରୋଗର ମଧ୍ୟ ଶିକାର ହେବାକୁ ପଡୁଛି । ଏହି କାରଣରୁ ଶରୀର ପୀଡା ,ଆଂଠୁ ଗଣ୍ଠି ଦରଜ ଏବଂ ସାମାନ୍ୟ କାମ କରିବା ଦ୍ୱାରା ଥକାପଣ ଅନୁଭବ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇବା ପରେ କିଛି ମିନିଟରେ ଆପଣଙ୍କ ଦରଜ ଦୂର ହୋଇଯିବ ।
ପ୍ରତ୍ୟେକ ଲୋକଙ୍କ ଘରେ ଜୀରା ଏବଂ ଗୁଡ ଉପଲବ୍ଧ ଥିବ । ଏହି ଦୁଇଟି ଜିନିଷ ଶରୀର ପାଇଁ ବହୁତ ଫାଇଦା ବୋଲି କୁହାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଗୁଡ ଏବଂ ଜୀରା ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ସହଜରେ ଶରୀର ପୀଡା, ଆଂଠୁ ଗଣ୍ଠି ଦରଜ, ଅଣ୍ଟା ଦରଜ ଦୁର ହୁଏ ।
ଗୁଡ ଏବଂ ଜୀରା ପାଣି ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ କିଛି ଗୁଡ ପକାଇବା ସହ ଗୋଟେ ଚାମଚ ଜୀରା ପକାଇ କିଛି ସମୟ ଫୁଟାନ୍ତୁ, ଥଣ୍ଡା ହେଲା ପରେ ସେହି ପାଣିକୁ ପିଅନ୍ତୁ ।
ଜୀରା ଏବଂ ଗୁଡ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ହୋଇନଥାଏ । ଏହାସହିତ ନିୟମିତ ଏହି ପାଣି ପିଇବା ଦ୍ୱାରା ରକ୍ତ ସଫା ରହିଥାଏ । ସେହିପରି ସକାଳୁ ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା କୋଷ୍ଟକାଠିନ୍ୟ, ପେଟ ଦରଜ ଏବଂ ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଲିଭରକୁ ମଜବୁତ ରଖିଥାଏ । ଯେଉଁ ଲୋକଙ୍କର ମାଇଗ୍ରେନ ସମସ୍ୟା ଅଛି ସେମାନଙ୍କୁ ଜୀରା ଏବଂ ଗୁଡ ପାଣି ପିଇବା ଉଚିତ୍ । ଏହାଦ୍ୱାରା ମାଇଗ୍ରେନ୍ ସମସ୍ୟାରୁ ଆରାମ ମିଳିଥାଏ ।