ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଖାଦ୍ୟର ସ୍ୱାଦ ବଦଳାଇବା ପାଇଁ ଭୃଶଙ୍ଗ ପତ୍ର ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଭୃଶଙ୍ଗ ପତ୍ରର ଫାଇଦା ବିଷୟରେ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ସୁଗାର ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ । ଆଜି ଆମେ ଆପଣଙ୍କୁ ଏହି ଭୃଶଙ୍ଗ ପତ୍ରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା ସମ୍ପର୍କରେ କହିବାକୁ ଯାଉଛୁୂ । ତେବେ ନଜର ପକାନ୍ତୁ ଏହି ଟିପ୍ସ ଉପରେ..
- ଯଦି ଆପଣ ପ୍ରତିଦିନ ସକାଳୁ ଭୃଶଙ୍ଗ ପତ୍ର ଖାଇ ଗରମ ପାଣି ପିିଇବେ ତେବେ ଏହାଦ୍ୱାରା ପେଟ ସହ ଜଡିତ ସମସ୍ୟାରୁ ଆରାମ ମିଳିବ ।
- ଭୃଶଙ୍ଗ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଯାହା ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ ।
- ଏହି ପତ୍ର ଆଖି ପାଇଁ ବେଶ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଥାଏ, ଯାହା ରତ୍ୟାନ୍ଧି ଭଳି ରୋଗରୁ ଛୁଟ୍ କାରା ଦେଇଥାଏ ।
- ଯଦି ଆପଣ ଆପଣଙ୍କ ଶରୀର ଫୁଲିବା ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ନିୟମତି ଭୃଶଙ୍ଗ ପତ୍ର ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।