ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସାଧାରଣତଃ ରସୁଣଙ୍କୁ ଖାଦ୍ୟରେ ବ୍ୟବହାର କରାଯାଇଥାଏ । କିନ୍ତୁ ଯଦି ଖାଲି ପେଟରେ ରସୁଣ ସେବନ କରାଯାଏ ତେବେ ଏହା ଆୟୁର୍ବେଦିକ ଔଷଧ ରୂପେ କାମ କରେ । କାରଣ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଫାଇଦା ହୋଇଥାଏ ।
ଉଚ୍ଚ ରକ୍ତଚାପ ସମସ୍ୟ: ଯେଉଁ ବ୍ୟକ୍ତି ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ସମସ୍ୟାରେ ପୀଡିତ ତାଙ୍କ ପାଇଁ ଖାଲି ପେଟରେ ରସୁଣ ସେବନ ଲାଭଦାୟକ ହୋଇଥାଏ । ଏହା ରକ୍ତ ସଂଚାଳନ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ହାର୍ଟ ପାଇଁ ମଧ୍ୟ ଖୁବ୍ ଉପକାରୀ ।
କୋଲେଷ୍ଟ୍ରଲ: ଖାଲି ପେଟରେ ରସୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ରହିଥାଏ ।
ରୋଗ ପ୍ରତିଶୋଧକ କ୍ଷମତା: ରସୁଣ ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।
ପେଟ: ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଭଲ ଭାବେ ସଫା କରିବାର ଗୁଣ ରସୁଣରେ ରହିଛି । ଏହାସହିତ ଏହା ପେଟରେ ଥିବା ଜୀବାଣୁକୁ ଦୂର କରିଥାଏ ।