ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଠିକ୍ ଧ୍ୟାନ ଦେଇ ପାରୁ ନାହାନ୍ତି । ଯେଉଁଥି ପାଇଁ ଲୋକଙ୍କୁ ଅନେକ ରୋଗର ଶିକାର ହେବାକୁ ପଡୁଛି । ପ୍ରକୃତରେ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ନିୟମିତ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ୍ । ଇତି ମଧ୍ୟରେ ଯଦି ଆପଣ ରୁଟିକୁ ଥଣ୍ଡା ଖୀରରେ ବତୁରେଇ ସେବନ କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ୍ ଉପଯୋଗୀ । ରୁଟି ଏବଂ ଖୀରରୁ ଭିଟାମିନ୍, ଆୟରନ, କ୍ୟାଲସିୟମ ଭରପୁର ମାତ୍ରାରେ ମିଳିଥାଏ ।
ବିଶେଷଜ୍ଞଙ୍କ ମତରେ ରୁଟିକୁ ଖୀରରେ ଭିଜାଇ ସେବନ କରିବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ । ଏହାସହିତ ଏହା ମଧୁମେୟ ରୋଗୀଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ ।
ଖୀର ସହିତ ରୁଟି ଭିଜାଇ ସେବନ କଲେ ସେଥିରୁ ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ ଆଦି ପ୍ରଚୁର ପରିମାଣର ମିଳିଥାଏ । ଏହାଦ୍ୱାରା ମଧୁମେୟ ରୋଗୀଙ୍କ ପାଇଁ ଫାଇଦା ହୋଇଥାଏ ।
ଏହାସହିତ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା କାମ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ଉଚ୍ଚରକ୍ତଚାପ ଯୋଗୁଁ ହେଉଥିବା ଅନ୍ୟ ସମସ୍ୟାକୁ ରୋକିବା ପାଇଁ ସହାୟକ ମିଳିଥାଏ ।
ଏହାବ୍ୟତିତ ରୁଟିକୁ ଥଣ୍ଡା ଖୀରରେ ଭିଜାଇ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଏଥରୁ ଆୟରନ, କ୍ୟାଲସିୟମ, ଭିଟାମିନ୍ ଆଦି ପୋଷକ ତତ୍ୱ ମିଳିଥାଏ, ଯାହା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ।
ଯଦି ଆପଣ ଅତ୍ୟଧିକ ପତଳା ଏବଂ ଆପଣଙ୍କ ଶରୀର ଦୁର୍ବଳ, ତେବେ ସେଥିପାଇଁ ଆପଣ ନିୟମିତ ସକାଳୁ ଖୀର ସହିତ ବାସୀ ରୁଟି ଭିଜାଇ ସେବନ କରନ୍ତୁ ।