ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଫୁଟଣରେ ବ୍ୟବହାର ହୋଇଥାଏ ମେଥି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମେଥି ଶରୀର ପାଇଁ କେତେ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ମେଥିରେ ଫାଇଦା ବିଷୟରେ..
ମେଥି ଦାନାରେ ଫସଫରସ, ପ୍ରୋଟିନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଆଦି ବିଭିନ୍ନ ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଥାଏ ।
– ଓଜନ ହ୍ରାସ କରିବାରେ ମେଥି ଦାନା ସହାୟକ ହୋଇଥାଏ । ଏଥିରେ ଫାଇବର ରହିଛି ଯାହା ଆପଣଙ୍କ ଭୋକକୁ କଣ୍ଟ୍ରୋଲ କରିବାରେ ସହାୟକ ହେବ ।
– ହୃଦରୋଗରୁ ରକ୍ଷା କରିଥାଏ ମେଥି । ଏଥିରେ ପୋଟାସିୟମ ରହିଛି, ଯାହା ହାର୍ଟର ଗତି ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
– ଶରୀରରୁ ହାନିକାରକ ଓ ବିଷାକ୍ତ ପଦାର୍ଥ ବାହାର କରିଥାଏ ମେଥି ଦାନା । ଯଦି ଆପଣ ମେଥି ଚା ପିଇବେ ତେବେ ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଏବଂ ପେଟ ଦରଜ ସମସ୍ୟା ଦୂର ହେବ ।
– ମଧୁମେୟ ରୋଗୀଙ୍କୁ ନିୟମିତ ଖାଦ୍ୟରେ ମେଥି ସାମିଲ କରିବା ଉଚିତ୍ । ଏଥିରେ ଗେଲୋକ୍ଟୋମେନନ ରହିଛି, ଯାହା ଏକ ପ୍ରାକୃତିକ ଫାଇବର । ଏହା ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ।