ଭୁବନେଶ୍ୱର(ଏଟିଆର ବ୍ୟୁରୋ): କିଛି ଲୋକଙ୍କ କହିବା ଅନୁଯାୟୀ ସଂପର୍କକୁ ନେଇ କେବଳ ଝିଅମାନେ ଚିନ୍ତା କରୁଥିବା ବେଳେ ପୁଅମାନେ ଏହାକୁ ଗମ୍ଭୀରତା ସହ ନିଅନ୍ତି ନାହିଁ । କିନ୍ତୁ ଆମେ ଏଠି କହି ରଖୁଛୁ ଯେ ପ୍ରତେକ ସଂପର୍କରେ ଭଲପାଇବା ଏବଂ ବିଶ୍ୱାସ ରହିବା ଆବଶ୍ୟକ । ସମସ୍ତେ ଚାହାନ୍ତି ଯେ ତାଙ୍କ ସଂପର୍କରେ କେବେ କଳି ଝଗଡା ନ ହଉ । ମାତ୍ର ଯେତେ ଯାହା ହେଲେ ବି ପ୍ରତେକ ସଂପର୍କ ମଧ୍ୟରେ କଳି ଝଗଡା ହେବା ସ୍ୱାଭାବିକ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯଦି ସଂପର୍କ ମଧ୍ୟରେ କଳି ଝଗଡା ହୁଏ ତେବେ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଫାଇଦା….
– ଜୀବନସାଥୀଙ୍କ ସହ ଝଗଡା ହୋଇଥିଲେ ଆପଣ ତାଙ୍କ ନାଁ ଧରି ଡାକିବା ବନ୍ଦ କରିଦେଇଥାନ୍ତି । କିନ୍ତୁ ଆପଣ ତାଙ୍କ ସହ କଥା ନ ହୋଇ ରହି ପାରନ୍ତି ନାହିଁ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଆପଣ କେତେ ତାଙ୍କୁ ଭଲ ପାଆନ୍ତି ।
– ଏହି ପରିସ୍ଥିତିରେ ଯଦି ଆପଣଙ୍କ ସାଥୀ ଆଗୁଆ ଆପଣଙ୍କୁ ଭୁଲ ମାଗିଥାନ୍ତି ତାହାଲେ ସେ ଆପଣଙ୍କୁ ଅଧିକ ଭଲ ପାଉଛନ୍ତି ବୋଲି ଅନୁଭବ ହୋଇଥାଏ ।
– ଝଗଡା ହେଲେ ଜାଣିବାକୁ ମିଳେ ଯେ ଆପଣ ତାଙ୍କୁ କେତେ ମିସ୍ କରୁଛନ୍ତି ।
– ଝଗଡା ପରେ ଯଦି ଆପଣ ଶାନ୍ତ ହୋଇ ଯାଉଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ଆପଣଙ୍କର ଭୁଲଟା ବୁଝୁଛନ୍ତି । ଏବଂ ପରେ ଏହି ଭୁଲକୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି ।
– ଝଗଡା ପରେ ଆପଣ ଅପଣଙ୍କର ଜୀବନସାଥୀଙ୍କ ସହିତ ଅଧିକ ଘନିଷ୍ଠ ହୋଇଯାଆନ୍ତି । କାରଣ ଆପଣଙ୍କ ସାଥୀଙ୍କୁ ଜଣା ଥାଏ ଯେ ଝଗଡା ସମୟରେ ଆପଣ କେତ ଚିନ୍ତାରେ ରହୁଥିଲେ ।