ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁଜ ପନିପରିବା କେବଳ ସ୍ୱାଦ ପାଇଁ ନୁହେଁ ବରଂ ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ସେହି ସବୁ ପରିବା ମଧ୍ୟରୁ ବିନ୍ସ ଏଭଳି ଏକ ପରିବା ଯାହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଏହା ଶାରୀରକୁ ଅନେକ ରୋଗ ହେବାରୁ ରକ୍ଷା କରିଥାଏ ।
ଖବରମୁତାବକ ବିନ୍ସରେ ଫ୍ଲେବୋନାୟଡସ୍ ସହିତ କ୍ୟାଂପଫ୍ରେରାଲ ଥାଏ ଯାହା ଶରୀରରେ କର୍କଟ କଣିକାକୁ ତିଆରି ହେବାକୁ ଦେଇନଥାଏ । ଗବେଷଣା ଅନୁଯାୟୀ ମହିଳାମାନେ ସପ୍ତାହରେ ୩ରୁ ୪ ଥର ବିନ୍ସ ସେବନ କରିବା ଦ୍ୱାରା କର୍କଟ ରୋଗରୁ ରକ୍ଷା ପାଇପାରିବେ । ଗ୍ରୀନ ବିନ୍ସରେ ଥିବା ଫାଇବର ଶରୀରରେ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ । ଏହାସହିତ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ ହାର୍ଟକୂ ମଜବୁତ ରଖିବାରେ ସହାୟକ ହୋଇଥାଏ । ଏହା ବ୍ଲଡସୁଗାରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଗ୍ରୀନ ବିନ୍ସ ଖାଇବା ଦ୍ୱାରା ମହିଳାଙ୍କ ମାସିକ ଧର୍ମରେ ହେଉଥିବା ସମସ୍ୟାରୁ ଖୁବ୍ ଆରାମ ମିଳିଥାଏ । କାରଣ ଏଥିରେ କୋଲେଷ୍ଟ୍ରଲ ଏବଂ ଫ୍ୟାଟସ୍ କମ୍ ଥାଏ ଏବଂ ଏହା ଫାଇବର ଓ ପ୍ରୋଟିନର ବହୁତ ଭଲ ସ୍ରୋତ ଅଟେ ।