ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ପାଚିଲା ଫଳ ସେବନ କରିବାକୁ ବେଶ ପସନ୍ଦ କରିଥାନ୍ତି । ଏହା ଶରୀର ପାଇଁ ବି ଉପଯୋଗୀ ହୋଇଥାଏ । କିନ୍ତୁ କିଛି ଫଳକୁ କଞ୍ଚାରେ ସେବନ କରିବା ଦ୍ୱାରା ଅଧିକ ଫାଇଦା ହୋଇଥାଏ । ଆଜି ଆମେ ଆପଣଙ୍କୁ କଞ୍ଚା ଅମୃତ ଭଣ୍ଡାର ଫାଇଦା ବିଷୟରେ କହିବାକୁ ଯାଉଛୁ ।
ପ୍ରକୃତରେ କଞ୍ଚା ଅମୃତ ଭଣ୍ଡା ଦ୍ୱାରା ପେଟ ଗ୍ୟାସ, ପେଟେ ଯନ୍ତ୍ରଣା ଏବଂ ପାଚନ ସମସ୍ୟାରେ ଲାଭକାରୀ ହୋଇଥାଏ । ଏହାସହିତ ଆଂଠୁ ଗଣ୍ଠି ବାତ ସମସ୍ୟା ପାଇଁ ଖୁବ୍ ଉପଯୋଗୀ କଞ୍ଚା ଭଣ୍ଡା ।
ଆଜ୍ଞା ହଁ କଞ୍ଚା ଅମୃତ ଭଣ୍ଡାକୁ ଗ୍ରୀନ୍ ଟି ସହିତ ସିଝାଇ ସେହି ଚା’ ସେବନ କରିବା ଦ୍ୱାରା ଆଂଠୁ ଗଣ୍ଠି ବାତ ସମସ୍ୟା ଦୂର ହୋଇଥାଏ । ଏହାସହିତ କଞ୍ଚା ଅମୃତ ଭଣ୍ଡା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଏହାକୁ ନିୟମିତ ସେବନ କରିବେ ତେବେ ଦ୍ରୁତ ଗତିରେ ଓଜନ ହ୍ରାସ ହେବ । କେବଳ ଏତିକି ନୁହେଁ ମଧୁମେୟ ରୋଗୀଙ୍କ ପାଇଁ ବି ଏହା ଖୁବ୍ ଲାଭକାରୀ । ସେହିପରି ଏହା ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ମଧୁମେୟ ନିୟନ୍ତ୍ରଣ ହୋଇଥାଏ ।
ଅନ୍ୟପଟେ ୟୁରିନ୍ ଇଂନଫେକ୍ସନ ରୁ ରକ୍ଷା କରିଥାଏ କଞ୍ଚା ଅମୃତ ଭଣ୍ଡା । ଏହାସହିତ ଜଣ୍ଡିସ ଏବଂ ଲିଭର ସମ୍ବନ୍ଧୀୟ ଅନ୍ୟ ସମସ୍ୟା ବି ଏହାଦ୍ୱାରା ଭଲ ହୋଇଯାଇଥାଏ । କଞ୍ଚା ଅମୃତ ଭଣ୍ଡାରେ ଭିଟାମିନ୍ ଇ, ସି ଏବଂ ଏ ସହିତ ଆଣ୍ଟି ଅକ୍ସିଡେଣ୍ଟ, ଫିଟୋନ୍ୟୁଟ୍ରିଏଣ୍ଟସ ଏବଂ ଅନ୍ୟ ତତ୍ୱ ରହିଛି । ଏହାଦ୍ୱାରା କର୍କଟ ରୋଗ ବି ପାଖ ମାଡି ନଥାଏ ।