ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତଦିନେ ବିଭିନ୍ନ ପ୍ରକାରର ସବୁଜ ପନିପରିବା ବଜାରରେ ମିଳେ । ସେଥିମଧ୍ୟରୁ ଗ୍ରୀନ୍ ମଟର ଅନ୍ୟତମ । ଅନେକ ବ୍ୟକ୍ତି ଗ୍ରୀନ୍ ମଟରକୁ ଖାଦ୍ୟରେ ବ୍ୟବହାର କରିବା ପାଇଁ ଖୁବ୍ ପସନ୍ଦ କରନ୍ତି । ପ୍ରକୃତରେ ଗ୍ରୀନ୍ ଗଟର ସେବନର ଅନେକ ଫାଇଦା ରହିଛି । ଯାହାକୁ ହୁଏତ ଖୁବ୍ କମ ଲୋକ ଜାଣିଥିବେ ।
ଗ୍ରୀନ୍ ମଟରରେ ଭରପୁର ମାତ୍ରାରେ ଭିଟାମିନ୍ ସି ରହିଛି, ଯାହାଦ୍ୱାରା ଆପଣଙ୍କ ହାଡ ମଜବୁତ୍ ହୋଇଥାଏ । ଏହାସହିତ ଏହି ମଟରରେ ଓଜନ ହ୍ରାସ କରିବାର ଗୁଣ ରହିଛି । କାରଣ ଗ୍ରୀନ୍ ମଟରରେ ଲୋ କ୍ୟାଲୋରୀ ରହିଛି ।
ଗ୍ରୀନ୍ ମଟର ଦ୍ୱାରା ରକ୍ତରେ କୋଲୋଷ୍ଟ୍ରଲ ମାତ୍ରା ସନ୍ତୁଳିତ ହୋଇଥାଏ । ଯଦି ଆପଣ କର୍କଟ ରୋଗରେ ପୀଡିତ ହୋଇଥିବେ, ତେବେ ଏହି ରୋଗ ପାଇଁ ମଟର କୌଣସି ଔଷଧ ଠାରୁ କମ ନୁହେଁ ।
ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ ଗ୍ରୀନ୍ ମଟର । ଏଥିରେ ଫୋଲିକ୍ ଏସିଡ୍ ଥାଏ । ଯାହା ଗର୍ଭବତୀଙ୍କ ପାଇଁ ଖୁବ୍ ଫାଇଦା ହୋଇଥାଏ ।ଏହାବ୍ୟତିତ ଗ୍ରୀନ୍ ମଟରରେ ଆଣ୍ଟି-ଏନଫ୍ଲାମେଟରୀ କମ୍ପାଉଣ୍ଟ ଏବଂ ଆଣ୍ଟି-ଅକ୍ସିଡେଣ୍ଟପ୍ରଚୁର ପରିମାଣର ରହିଥାଏ । ଯାହାଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ହ୍ରାସ ହୋଇଥାଏ ।