ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯାନ ଚଲାଇବା ବେଳେ ହେଲମଟ୍ ପିନ୍ଧିବା ନିୟମ ରହିଛି । ମାତ୍ର କିଛି ଲୋକ ଅଛନ୍ତି ଯେତେ କଡା ନିୟମ ହୋଇଥିଲେ ମଧ୍ୟ ସେମାନେ ହେଲମେଟ୍ ପିନ୍ଧନ୍ତି ନାହିଁ । କିନ୍ତୁ ଆପଣମାନେ ଜାଣିଛନ୍ତ କି? ହେଲମେଟ୍ ଯେତିକି ମୁଣ୍ଡକୁ ସୁରକ୍ଷା ଯୋଗାଇ ଦେଇଥାଏ, ତାହାସହିତ ଆଖି ଏବଂ ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା..
ଆମେରିକାର ୟୁନିଭରସିଟି ଅଫ ବିସକନସିନ ର ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ, ହେଲମେଟ ପିନ୍ଧିବା ଦ୍ୱାରା ଦୁର୍ଘଟଣା ସମମୟରେ ଆପଣଙ୍କ କେବଳ ମୁଣ୍ଡ ନୁହେଁ ମେରୁଦଣ୍ଡ ହାଡକୁ ମଧ୍ୟ ସୁରକ୍ଷ ମିଳିଥାଏ । ଗବେଷକଙ୍କ କହିବା ଅନୁଯାୟୀ ହେଲମେଟ ପିନ୍ଧିବା ଦ୍ୱାରା ସର୍ଭାଇକଲ ସ୍ପାଇନ କ୍ଷତ ହେବାର ଆଶଙ୍କା କମ ଥାଏ । ଏହା ସହିତ ମେରୁ ଦଣ୍ଡ ହାଡ ଫ୍ୟାକ୍ଚର ହେବାର ସମ୍ଭାବନା କମ ଥାଏ ।
ଏହାବ୍ୟତୀତ ଯଦି ଗାଡି ଚଲାଇବା ବେଳେ ଆପଣ ହେଲମେଟ୍ ପିନ୍ଧିଛନ୍ତି, ତେବେ ଏହାଦ୍ୱାରା ଆଖିକୁ ସୁରକ୍ଷା ମିଳିଥାଏ । କାରଣ ଗାଡି ଚଲାଇବା ବେଳେ ବ୍ୟଗ୍ର ଗତିରେ ପବନ ବୋହିବା,ଧୂଳି-ମାଟି, କୀଟାଣୁ ଆଦିରୁ ହେଲମେଟ୍ ରକ୍ଷା କରିଥାଏ ।
ହେଲମେଟ ପିନ୍ଧିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପଯୋଗୀ ହୋଇଥାଏ । ଗାଡି ଚଲାଇବା ବେଳେ ପବନ କାନରେ ବାଜି ଶରୀର ଭିତରକୁ ଯାଇଥାଏ । ଏହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ । ଯଦି ଆପଣ ହେଲମେଟ୍ ପିନ୍ଧ ଗାଡି ଚଲାଉଛନ୍ତି । ତେବେ ଏହାଦ୍ୱାରା କୌଣସି ଅସୁବିଧା ହୋଇନଥାଏ ।
ନିଜକୁ ସୁରକ୍ଷା ରଖିବା ପାଇଁ ବିଲକୁଲ ଶସ୍ତା ହେଲମେଟ ବ୍ୟବହାର କରନ୍ତୁ ନାହିଁ । ଯଦି କୌଣସି ଦୁର୍ଘଟଣା ଘଟୁଛି ତେବେ ଏହି ପ୍ଲାଷ୍ଟିକ ହେଲମେଟ ଫାଟି ଯାଇଥାଏ । ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ । ସେଥିପାଇଁ ଧ୍ୟାନ ରଖନ୍ତୁ ସର୍ବଦା କ୍ୱାଲିଟିୱାଲା ହେଲମେଟ୍ ବ୍ୟବହାର କରନ୍ତୁ ।