ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରକୃତିର ଏକ ସୁନ୍ଦର ଉପହାର ହେଉଛି ମହୁ, ଯାହା ବହୁ ପୁରାତନ କାଳର ଏକ ମିଠା ସାମଗ୍ରୀ । ମହୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟଧିକ ଲାଭଦାୟକ । ଏହାକୁ ଅନେକ ରେସିପିରେ ବ୍ୟବହାର କରାଯାଇଥାଏ । ନିୟମିତ ଭାବେ ମହୁ ସେବନ କରିବା ଦ୍ୱାରା ଶରୀର ଫୂର୍ତ୍ତି ହେବା ସହ ଶକ୍ତି ମିଳିଥାଏ । ମହୁ ଦ୍ୱାରା ଶରୀର ସୁସ୍ଥ ଏବଂ ସୁନ୍ଦର ହୋଇଥାଏ । ଏହା ମୋଟାପଣ ବୃଦ୍ଧି କରିବା ସହ ହ୍ରାସ ମଧ୍ୟ କରେ । ତେବେ ଆସନ୍ତୁ ଜାଣିବା ମହୁତ ଚମତ୍କାରୀ ଫାଇଦା ସମ୍ପର୍କରେ..
– ମହୁ ସେବନ କରିବା ଦ୍ୱାରା କଫ ଏବଂ ଆସ୍ଥମା ରୋଗ ଦୂର ହୋଇ ପାରିବ । ଆଦା ରସରେ ମହୁ ମିଶାଇ ଖାଇବା ଦ୍ୱାରା କାସରୁ ଆରାମ ମିଳିଥାଏ ।
– ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମହୁ ଖୁବ୍ ଉପଯୋଗୀ ।
– ରକ୍ତକୁ ଶୁଦ୍ଧ କରିବାରେ ମହୁ ବହୁତ ଭଲ କାମ କରିଥାଏ ।
– ହାର୍ଟକୁ ମଜବୁତ କରି ରଖିବା ଏବଂ ହୃଦ୍ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ମହୁ ସେବନ କରନ୍ତୁ ।
– ଏହାସହିତ ମହୁ ସେବନ କରିବା ଦ୍ୱାରା ମୁହଁରୁ ନାଲି ବଣ ଦୂର ହୋଇଥାଏ ।