ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବର୍ଷା ଦିନ ହେଉ କିମ୍ବା ଶୀତ ଦିନ,ଖାସ କରିକି ଖରା ଦିନରେ ଆଇସ୍କ୍ରିମ ଖାଇବାର ମଜା ସଂପୂଣ୍ଣ ଅଲଗା । ବଜାରରେ ଭିନ୍ନ ଭିନ୍ନ ଫ୍ଲେବରର୍ସର ଆଇସ୍କ୍ରିମ ଉପଲବ୍ଧ । ଛୋଟପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଆଇସ୍କ୍ରିମ । ଅନେକ ସମୟରେ ମା’ମାନେ ତାଙ୍କ ପିଲାମାନଙ୍କୁ ଆଇସ୍କ୍ରିମ ଖାଇବାକୁ ବାରଣ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଇସ୍କ୍ରିମ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।
ଆଇସ୍କ୍ରିମରେ ଭିଟାମିନ୍, କ୍ୟାଲସିୟମ ଏବଂ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ ବହୁତ ଫାଇଦା ଦେଇଥାଏ ।
ପ୍ରୋଟିନ:- ଖୀର ଭଳି ଆଇସ୍କ୍ରିମରେ ମଧ୍ୟ ପ୍ରୋଟିନର ମାତ୍ରା ଖୁବ୍ ଅଧିକ । ପ୍ରୋଟିନ ଦ୍ୱାରା ଶରୀରର ପ୍ରତେକ ଅଂଶ ଯେପରିକି ତ୍ୱଚା,ମାଂସପେଷୀ,ହାଡ ଏବଂ ରକ୍ତ ଆଦି ଲାଭକାରୀ ହୋଇଥାଏ ।
ଭିଟାମିନ୍:- ଆଇସ୍କ୍ରିମରେ ଭିଟାମିନ ଏ, ବି୨, ବି୧୨ ପ୍ରଚୁର ପରିମାଣର ଥାଏ । ଭିଟାମିନ୍ ଏ ତ୍ୱଚା,ହାଡ ଏବଂ ରୋଗପ୍ରତିରୋଧକ କ୍ଷମତା ପାଇଁ ଖୁବ୍ ସହାୟକ ହୋଇଥାଏ । ଏହାଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।