ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଜାରରେ ବିଭିନ୍ନ ପ୍ରକାରର ଆଇସ୍କ୍ରିମ୍ ଉପଲବ୍ଧ ରହିଛି । ଏହାସହିତ ଆଇସ୍କ୍ରିମ୍ ର ସ୍ୱାଦ ମଧ୍ୟ ଖୁବ୍ ନିଆରା ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସ୍ୱାସ୍ଥ୍ୟ ପାଇଁ ଆଇସ୍କ୍ରିମ ବହୁତ ଉପକାରୀ ହୋଇଥାଏ ।
ଆଇସ୍କ୍ରିମ ରେ ଭିଟାମିନ୍ସ,ପ୍ରୋଟିନ୍ ଏବଂ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ । ଗବେଷଣା ମୁତାବକ, ସକାଳ ଭୋଜନନେ ଆଇସ୍କ୍ରିମ୍ ସେବନ କରିବା ମସ୍ତିକ ପାଇଁ ଉପକାରୀ ହୋଇଥାଏ । ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥାଏ । ଏହାସହିତ ଆଇସ୍କ୍ରିମ୍ ରେ ପ୍ରବଳ ପରିମାଣର ପ୍ରୋଟିନ୍ ଥାଏ । ଏହାଦ୍ୱାରା ଶରୀରର ପ୍ରତ୍ୟେକ ଅଂଶ ଯେପରିକି ମାଂସପେଶୀ, ହାଡ, ତ୍ୱଚା ପାଇଁ ଲାଭଦାୟକ ।
ସେହିପରି ଆଇସ୍କ୍ରିମରେ ଭିଟାମିନ୍ ର ସ୍ତ୍ରୋତ ରହିଛି । ଏଥିରେ ଭିଟାମିନ୍ ଏ, ବି-୨ ଏବଂ ବି-୧୨ ମିଳିଥାଏ । ଆଖି ପାଇଁ ଭିଟାମିନ୍ ଏ ଉପଯୋଗୀ ହୋଇଥାଏ ଏବଂ ଏହା ହାଡକୁ ମଜବୁତ କରେ ।
ଆଇସ୍କ୍ରିମ୍ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଭାବ ଦୂର ହୋଇଥାଏ । କିନ୍ତୁ ଶରୀରରେ ଭରପୁର ମାତ୍ରାରେ କ୍ୟାଲସିୟମ ପାଇଁ ଖୀର , ଛେନା, ଲହୁଣୀ, ଦହି ଆଦି ସେବନ କରିବା ନିହାତି ଆବଶ୍ୟକ ।