ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁଡ ରେ ଅନେକ ଚମକ୍ରାରୀ ଗୁଣ ରହିଛି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି୧୨, ଆଣ୍ଟିଅକ୍ସିଡେଣ୍ଟ, କ୍ୟାଲସିୟମ, ଫାଇବର ଆଦି ପ୍ରଚୁର ପରିମାଣର ରହିଛି । ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଗୁଡ ସେବନ କରିବା ପରେ ଗରମ ପାଣି ପିଇବାର ଫାଇଦା ବିଷୟରେ । ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଗୁଡ ଖାଇ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ଅନେକ ଫାଇଦା ହେବ ।
– ଯଦି ଆପଣ ସର୍ବଦା ଆଣ୍ଠୁଗଣ୍ଠି ଦରଜ ସମସ୍ୟା ଅନୁଭବ କରୁଛନ୍ତି ତେବେ ଗୁଡ ଖାଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ । ଦରଜ ଦୂର କରିବା ପାଇଁ ବିଶେଷଜ୍ଞମାନେ ଅଦା ଖଣ୍ଡ ସହିତ ଗୁଡ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେହିପରି ପ୍ରତ୍ୟେକ ଦିନ ଗୁଡ ସହିତ ଗୋଟେ ଗ୍ଲାସ ଖୀର ପିଇବା ଦ୍ୱାରା ବି ହାଡ ମଜବୁତ ହୋଇଥାଏ । ଏହାସହିତ ହାଡ ସମସ୍ୟା ଦୂର ହୋଇଥାଏ ।
– ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଗୁଡରେ ଭରପୁର ମାତ୍ରାରେ କ୍ୟାଲସିୟମ ଏବଂ ଫରଫରସ ରହିଛି । ଏହି ଦୁଇଟି ତତ୍ୱ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।
– ଯେଉଁ ବ୍ୟକ୍ତିଙ୍କ ଖାଦ୍ୟ ପାଚନରେ ସମସ୍ୟା ଉପୁଜିଥାଏ ସେମାନଙ୍କ ପାଇଁ ଗୁଡ ଏବଂ ଗରମ ପାଣି ଔଷଧ ଭଳି କାମ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଗ୍ୟାସ, ଏସିଡିଟି ଭଳି ସମସ୍ୟାରୁ ବି ଆଶ୍ୱସ୍ତି ମିଳିଥାଏ ।
– ସେହିପରି ଶରୀରରେ ରକ୍ତ ସଫା କରିବାର କାମ ଗୁଡ କରିଥାଏ । ଏହା ରକ୍ତରେ ଥିବା ହିମୋଗ୍ଲୋବିନ କାଉଣ୍ଟ ବଢାଇଥାଏ ଏବଂ ଇମ୍ୟୁନିଟି ବୁଷ୍ଟ କରାଇଥାଏ । ସେଥିପାଇଁ ମହିଳାମାନଙ୍କୁ ଋତୁଶ୍ରାବ ସମୟରେ ଖୀର ସହିତ ଗୁଡ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।
– ଅନ୍ୟପଟେ ଅସ୍ଥମାରୁ ରକ୍ଷା ପାଇବା ପାଇଁ ବି ଗୁଡ ସେବନ ଫାଇଦା ହୋଇଥାଏ ।