ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆମ୍ବ ପତ୍ରରେ ଅନେକ ଉପକାରୀ ଗୁଣ ରହିଛି । ଏହାସହିତ ଆମ୍ବ ପତ୍ର ଚା’ଏକ ହର୍ବାଲ ଉତ୍ପାଦ । ଏହାଦ୍ୱାରା ଆପମଣଙ୍କୁ ଅନେକ ଫାଇଦା ହୋଇପାରେ । ଯେପରିକି ଆପଣଙ୍କ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇ ପାରିବ ।
ଆମ୍ବ ପତ୍ରରେ ଖାସ୍ ତତ୍ୱ ଥିବା ହେତୁ ଏହାକୁ ଚା’ କରିବା ଦ୍ୱାରା ଏହା ଓøଷଧୀୟ ଗୁଣରେ ପରିପୂର୍ଣ୍ଣ ହୋଇଥାଏ । ଏହି ଚା’ ମଧୁମେୟ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ ।
ଆମ୍ବ ପତ୍ର ଚା’ କରିବା ପାଇଁ କଅଁଳିଆ ପତ୍ର ବ୍ୟବହାର କରନ୍ତୁ । ଗୋଟେ କପ୍ ପାଣିକୁ ଫୁଟାଇ ଫୁଟାଇ ପୁରା ଅଧା କରି ଦିଅନ୍ତୁ । ବେରିକୋଜ୍ ନାମକ ରୋଗରୁ ରକ୍ଷା ପାଇବାକୁ ହେଲେ ଏହି ଚା’ ପିଅନ୍ତୁ ।
ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନ ଜଳା ପୋଡା ହେଉଛି ତେବେ ଆମ୍ବ ପତ୍ର ପେଷ୍ଟ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଘା ଶୀଘ୍ର ଶୁଖିବାର ସହାୟକ ହେବ । ଆସ୍ଥମା, ଦାନ୍ତମୂଳ ବିନ୍ଧା ଏବଂ ପଥୁରୀ ପାଇଁ ଆମ୍ବ ପତ୍ର ଉପଯୋଗୀ ହୋଇଥାଏ ।