ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ମସଲା ତରକାରୀ ଠାରୁ ଆରମ୍ଭ କରି ଛୁଙ୍କ ତରକାରୀ ଆଦିରେ ପିଆଜ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ତରକାରୀର ସ୍ୱାଦ ଦୁଇଗୁଣା ହୋଇଯାଇଥାଏ । ଏହାବ୍ୟତିତ କଞ୍ଚା ପିଆଜକୁ ବି ସାଲାଡ , ଚଟଣୀ ଆଦିରେ ବ୍ୟହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପିଆଜ ଦ୍ୱାରା ଶୀତଦିନେ ଅନେକ ଗମ୍ଭୀର ସମସ୍ୟା ଦୂର ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ପିଆଜ ର ଫାଇଦା ବିଷୟରେ ।
ଯଦି ଆପଣଙ୍କର ପଥୁରୀ ସମସ୍ୟା ରହିଛି ତେବେ ପିଆଜ ରସ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ହେବ ନାହିଁ । ସକାଳ ସମୟରେ ଖାଲି ପେଟରେ ପିଆଜ ରସ ସେବନ କରିବା ଦ୍ୱାରା ପଥୁରୀ ସସମ୍ୟା ଦୂର ହେବାର ସମ୍ଭାବନା ଅଧିକ ରହିଥାଏ ।
ପିଆଜ ବହୁତ ଗରମ ହୋଇଥାଏ । ଯଦି ଆପଣଙ୍କର ଶୀତଦିନେ ଲଗାତର ଭାବେ ଥଣ୍ଡା କାଶ ଲାଗି ରହିଥାଏ ତେବେ ଆପଣଙ୍କ ପାଇଁ ଔଷଧ ରୂପେ କାମ କରିବ ପିଆଜ ।
ଯେଉଁ ବ୍ୟକ୍ତିଙ୍କର ଆଂଠୁ ଗଣ୍ଠି ଜରଜ ସମସ୍ୟା ରହିଥିବ ତେବେ ସେମାନେ ପିଆଜ ରସକୁ ଆଂଠୁ ଗଣ୍ଠିରେ ମାଲିସ କରିବା ଉଚିତ୍ । କାରଣ ଏଭଳି କରିବା ଦ୍ୱାରା ବହୁତ ଆରାମ ଅନୁଭବ ହୋଇଥାଏ । ଏହାସହିତ ପିଆଜ ରସକୁ ସୋରିଷ ତେ ସହ ମିଶାଇ ମାଲିସ କରିବା ଦ୍ୱାରା ଆରମ ଲାଗିଥାଏ ।