ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଲୋକ ସୋୟାବିନ୍ ଖାଇବାକୁ ପସନ୍ଦ କରି ନଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ତ୍ୱଚା ସମେତ ଶରୀର ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ ସୋୟାବିନ୍ । ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ ସୋୟାବିନ୍ । ସୋୟାବିନ୍ ରେ ଏଭଳି ଅନେକ ତତ୍ୱ ରହିଛି ଯାହା ତ୍ୱଚାରେ ହେଉଥିବା ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ସେହିପରି ଯଦି ଆପଣ ସୋୟାବିନ୍ ସେବନ କରୁଛନ୍ତି ତେବେ ଆପଣଙ୍କ ତ୍ୱୁାରେ ଚମକ ଆସିପାରେ । ତେବେ ଆସନ୍ତୁ ଜାଣିବା ସୋୟାବିନ୍ ସେବନ କରିବା ଦ୍ୱାରା କେଉଁ ସବୁ ଫାଇଦା ହୋଇଥାଏ ।
ଅଧିକାଂଶ ଝିଅମାନଙ୍କଠାରେ ଅଏଲି ସ୍କିନ ବା ତେଲିଆ ତ୍ୱଚା ସସମ୍ୟା ଦେଖିବାକୁ ମିଳିଥାଏ । ଏହାସହିତ ଖରାଦିନେ ଏହି ସମସ୍ୟା ଅଧିକ ଚିନ୍ତାରେ ପକାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ନିୟମିତ ସୋୟାବିନ୍ ସେବନ କରିବେ ତେବେ ଆପଣଙ୍କୁ ଅଏଲି ସ୍କିନ୍ ବା ତେଲିଆ ତ୍ୱଚାରୁ ଛୁଟକାରା ମିଳିବ ।
ସୁନ୍ଦର ଦେଖାଯିବା ପ୍ରତ୍ୟେକ ଝିଅଙ୍କ ଇଛା । କିନ୍ତୁ ତ୍ୱଚାରେ ଝୁରାପଣ ସମସ୍ତ ସୁନ୍ଦରତାକୁ ବିଗାଡି ଦେଇଥାଏ । ଏଭଳି ସ୍ଥିତିରେ ଯଦି ଆପଣ ସୋୟାବିନ୍ ସେବନ କରିବେ ବହୁତ ଶୀଘ୍ର ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ ।
ସୋୟାବିନ୍ ରୁ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ । ଯାହା କେଶକୁ ଘନ ଏବଂ ଚମକଦାର କରିବାରେ ସହାୟକ ହୋଇଥାଏ । ସେଥିପାଇଁ ନିଜ ଡାଇଟରେ ସୋୟବିନ୍ ସାମିଲ କରିବା ଜରୁରୀ ।
ତ୍ୱଚାରେ ରହିଥିବା ଦାଗ ତ୍ୱଚାର ସୌନ୍ଦର୍ଯ୍ୟତାକୁ ବିଗାଡି ଦେଇଥାଏ । ଏଭଳି ସ୍ଥିତିରେ ଆପଣ ସୋୟାବିନ୍ ରେ ପ୍ରସ୍ତୁତ ଫେସ୍ ପ୍ୟାକ ବ୍ୟବହାର କରି ତ୍ୱଚାରୁ ଦାଗ ହଟେଇ ପାରିବେ ।