ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପାଳଙ୍ଗରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି ଯାହା ଆଣ୍ଟି-ଏଜିଙ୍ଗ ସଂକେତକୁ ଦୂର କରିବାରେ ସହାୟକ ହୋଇଥାଏ । ଏହାବ୍ୟତିତ ଯଦି ଆପଣ ପାଳଙ୍ଗକୁ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ତ୍ୱଚାରେ ଚମକ ଆସିବ ।
ପାଳଙ୍ଗରେ ଭିଟାମିନ୍ ବି ରହିଛି । ଏହା ଆପଣଙ୍କ ତ୍ୱଚାକୁ ୟୁଭି କିରଣରୁ ରକ୍ଷା କରିପାରେ । ଏହା ଟ୍ୟାନ୍ ଦୂର କରିବାରେ ସହାୟକ ହୋଇଥାଏ । ଆପଣ ଏହାକୁ ଆପଣଙ୍କ ଡାଇଟରେ ସାମିଲ କରିପାରିବେ ବା ଫେସପ୍ୟାକ ରୂପେ ଏହାକୁ ବ୍ୟବହାର କରିପାରିବେ ।
ସେହିପରି ପାଳଙ୍ଗରେ ଭିଟାମିନ୍ କେ ଭରପୁର ମାତ୍ରାରେ ରହିଛି । ଆପଣ ଏହାକୁ ନିୟମିତ ରୂପେ ସେବନ କରିପାରିବେ । ଏହା ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇଥାଏ ।
ଅନ୍ୟପଟେ ପାଳଙ୍ଗରେ ଭିଟାମିନ୍ ସି ରହିଛି । ଯାହା ଆପଣଙ୍କ ତ୍ୱଚାକୁ ସଫା ରଖିବାରେ ସହାୟକ ହୋଇଥାଏ ।