ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରକୃତିରେ ଏପରି ଅନେକ ଜିନିଷ ଅଛି ଯାହାର ଉପକାର ଆମକୁ ସବୁ ସମୟରେ ମିଳିଥାଏ । ପ୍ରକୃତିରେ ଏପରି କିଛି ଫଳ ଅଛି ଯାହାର ବ୍ୟବହାରରେ ଆମେ ଆମ ଶରୀରର ଯନ୍ତ୍ର ନେଇ ଥାଉ । ଏହାକୁ ଘରୋଇ ଉପାୟରେ ବ୍ୟବହାର କରି ଆମେ ଅନେକ ଫାଇଦା ପାଇ ଥାଉ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ମଧ୍ୟ ଏହାର ବ୍ୟବହାର ସମସ୍ତ କରିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଜାଣିବା ଟମାଟୋର କିଛି ଫାଇଦା ସମ୍ପର୍କରେ ।
ଟମାଟୋ ଏକ ଏପରି ଫଳ ଅଟେ ଯାହା ଭିତରେ ମାତ୍ରାଧିକ ପରିମାଣରେ ଆଣ୍ଟି ଅକ୍ସିଡେଟ ଏବଂ ଭିଟାମିନ ସି ଭର ପୂର ପରିମାଣରେ ରହିଥାଏ । ଟମାଟ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବା ସହ ଏହା ଆପଣଙ୍କ ତ୍ୱଚାକୁ ଅନେକ ଲାଭ ଦେଇଥାଏ । କେବଳ ଯେ ଏହା ଆପଣଙ୍କ ଶରୀର ଓ ତ୍ୱଚାକୁ ଫାଇଦା ପହଞ୍ଚାଇଥାଏ ତାହା ନୁହେଁ ଯଦି ଆପଣ ଏହାକୁ ଯଦ ନିଜ ଚୁଟିରେ ଲଗାଉଛନ୍ତି ତେବେ ଏହା ଆପଣଙ୍କ ଚୁଟିରେ ଚମକ ଆସିବା ସହ ରେସମି ହୋଇଥାଏ । ଆଜି ଆମେ ଆପଣଙ୍କ ଟମାଟର ଜୁସର ଫାଇଦା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ନିଜ କେଶ ସୁନ୍ଦର ରଖିବାରେ ସାହାର୍ଯ୍ୟ କରିବ ।
– ଟମାଟର ଜୁସକୁ ନିଜ କେଶରେ ଲଗାଇବା ଫଳରେ ଏହା ଆପଣଙ୍କ କେଶର ଘନତ୍ୱ ବଢାଇବା ସହ ଏହାର ଚମକକୁ ବଜାଇ ରଖିଥାଏ ।
– ଟମାଟରେ ଭିଟାମିନ ସି ଓ ଭିଟାମିନ ଏ ଭରପୂର ମାତ୍ରାରେ ରହିଥାଏ ।ଏହାକୁ କେଶରେ ଲଗାଇବା ଫଳରେ ଏହା କେଶର ମୂଳକୁ ମଜବୁତ କରିବାରେ ସାହାର୍ଯ୍ୟ କରିଥାଏ ।
– ଟମାଟର ଜୁସ ଲଗାଇବା ଫଳରେ ଏହା କେଶକୁ ଶକ୍ତ କରିବା ସହ ଦୁଇମୁହଁ ବାଲା କେଶକୁ ମଧ୍ୟ ଠିକ କରିଥାଏ । କେବଳ ସେତିକି ନୁହେଁ ଏହା କେଶ ବଢିବାରେ ବି ସାହାର୍ଯ୍ୟ କରିଥାଏ ।
– ଟମାଟର ଜୁସ କେଶରେ ପିଏଚ ଲେବୁଲ ନିୟନ୍ତ୍ରଣ କରିଥାଏ , ଯାହା କେଶର ଘନତ୍ୱ ବଢାଇବାରେ ସାହାର୍ଯ୍ୟ କରିଥାଏ ।
ଯଦି ଆପଣ କେଶରେ ଶୁଖା ଅଶଂ ରହୁଛି କିମ୍ବା ରୁପି ହେଉଛି ତେବେ ଟମାଟ ରସରେ କିଛି ମହୁ ମିଶାଇ ଏହାକୁ ଅଧା ଘଣ୍ଟା ପାଇଁ ନିଜ କେଶରେ ଲଗାଇ ମାଲିସ କରନ୍ତୁ ଓ ପରେ ଏହାକୁ ଧୋଇ ଦିଅନ୍ତୁ । ଏହା ଧୋଇବା ପରେ ଆପଣଙ୍କ ମୁଣ୍ଡରେ ଜଳାପୋଡା ଓ କୁଣ୍ଡାଇ ହେବ କିନ୍ତୁ ଏଥିରେ ଭୟଭିତ ହେବାର ଆବଶ୍ୟକତା ନାହିଁ । ଟମାଟରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଟ ଥିବା କାରଣରୁ ଏହିପରି ହୋଇଥାଏ ।