ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତଦିନେ ସାଧାରଣତଃ ଲୋକେ ଗରମ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ପ୍ରକୃତରେ ଶୀତଦିନେ ଥଣ୍ଡା ପାଣି ଅପେକ୍ଷା ଗରମ ପାଣି ପିଇବା ଲାଭକାରୀ ହୋଇଥାଏ ।
ଆପଣ ଦିନକ ମଧ୍ୟରେ ଚାରିରୁ ପାଞ୍ଚ ଥର ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା କୌଣସି ରୋଗ ଆପଣଙ୍କ ପାଖ ମାଡିବ ନାହିଁ । ଏହାସହିତ ହଜମ ପ୍ରକ୍ରିୟା ମଜବୁତ୍ ହୋଇଥାଏ । ଏହାବ୍ୟତିତ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ ।
ଯେଉଁ ଲୋକ ମୋଟା ଏବଂ ସେମାନଙ୍କ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ନିହାତି ଭାବେ ସକାଳୁ ଖାଲି ପେଟରେ ଗରମ ପାଣି ପିଅନ୍ତୁ ।
ଶୀତଦିନେ ସାଧାରଣତଃ ବ୍ୟକ୍ତିଙ୍କୁ ଥଣ୍ଡା , କାଶ ଆଦି ହୋଇଥାଏ, କିନ୍ତୁ ଏହାର ଚିକିତ୍ସା ପାଇଁ କେବଳ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ଗଳା ଠିକ୍ ରହିବ ।
ଏହାସହିତ ନିୟମିତ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ କୋଷ୍ଟକାଠିନ୍ୟ ସମସ୍ୟା ବି ଦୂର ହେବ । ସେହିପରି ଶରୀରରେ ଅନେକ ବିଷାକ୍ତ ପଦାର୍ଥ ଜମାଟ ବାନ୍ଧି ରହିଥାଏ । ସେଥିପାଇଁ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ପେଟ ସଫା ରହିବ ।