ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଖିବାକୁ ଲାଲ କିନ୍ତୁ ପାଟିକୁ ଖୁବ୍ ଟେଷ୍ଟି । ଏହାସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ସେହି ଫଳଟି ହେଉଛି ସେଓ । ସେଓରେ ନାଚୁରାଲ ଗ୍ଲୁକୋଜ୍ ଥାଏ ଯାହା ବହୁତ ଶୀଘ୍ର ଶରୀରକୁ ଶକ୍ତି ଯୋଗାଇ ଥାଏ । ଏହା ଫୁସଫୁସ୍ କୁ ଅକ୍ସିଜେନ ଯୋଗାଇ ବାରେ ସାହାର୍ଯ୍ୟ କରେ । ସେଥିପାଇଁ ସକାଳ ଜଳଖିଆରେ ସେଓ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଯାହାଫଳରେ ସାରାଦିନ ଶରୀରକୁ ଶକ୍ତି ମିଳିଥାଏ ।
ସେଓରେ ଥିବା ପ୍ୟାକ୍ଟିନ ଶରୀରରେ ଗ୍ଲାକ୍ଟ୍ରୋନିକ ଏସିଡର ମାତ୍ରାକୁ ପୂରଣ କରିଥାଏ । ଏହା ଇନସୁଲିନ ଭଳି କାମ କରେ । ସେଥିପାଇଁ ମଧୁମେୟ ରୋଗୀ ସେଓ ସେବନ କରିବା ଉଚିତ୍ ।
ଶରୀରରେ ହିମୋଗ୍ଲୋବିନର ମାତ୍ରା କମ ପାଇଁ ମଧ୍ୟ ସେଓ ସେବନ ଲାଭଦାୟକ ହୋଇଥାଏ । ଏଥିରେ ବହୁତ ମାତ୍ରାରେ ଆୟରନ ଥାଏ । ଯଦି ଆପଣ ଦିନରେ ୨ ରୁ ୩ ଟି ସେଓ ଖାଉଛନ୍ତି ତେବେ ଏହା ଶରୀରରେ ଆୟରନର କମକୁ ପୂରଣ କରିଥାଏ । ଆୟରନରୁ ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ ।
ସେଓରେ ଫାଇବର ଥାଏ ଯାହା ହଜମ କରାଇବାରେ ସାହାର୍ଯ୍ୟ କରେ । ଯଦି ଆପଣ ସେଓକୁ ତାର ଚୋପା ସହ ଖାଉଛନ୍ତି ତେବେ ଆପଣଙ୍କର କୋଷ୍ଟକାଠିନ୍ୟ ସମସ୍ୟା ଦୂର ହୋଇଯିବ । ସେଥିପାଇଁ ନିୟମିତ ଗୋଟେ ସେଓ ଖାଆନ୍ତୁ ଏହାଦ୍ୱାରା ପେଟ ସୁସ୍ଥ ରହିବ ।
ଲିଭର କାମ ହେଉଛି ଏହା ଶରୀର ଭିତରେ ଥିବା ଆବର୍ଜନାକୁ ସଫା କରିବା । ସେଥିପାଇଁ ସେଓ ଖାଇବା ଫାଇଦା ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଲିଭର ମଜବୁତ ରହିଥାଏ ।