ଭୁବନେଶ୍ୱର (ଏଟିଆର ବୁରୋ): ସବୁଜ ପନି ପରିବା ମଧ୍ୟରେ ଏକ ପରିବା ହେଉଛି ଭେଣ୍ଡି । ଲୋକେ ଏହାକୁ ଭିନ୍ନ ଭିନ୍ନ ଡିସ୍ ରେ ବ୍ୟବହାର କରିଥାନ୍ତି । ଭେଣ୍ଡି ସେବନ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଦୁଇଟି ପାଇଁ ଉତ୍ତମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭେଣ୍ଡିର ଫାଇଦା ବିଷୟରେ..
ଭେଣ୍ଡିରେ ଆୟରନ ଏବଂ ଫୋଲେଟ ଭରପୁର ମାତ୍ରାରେ ଥାଏ ଯାହା ଆପଣଙ୍କ ହିମୋଗ୍ଲୋବିନକୁ ବଢାଇଥାଏ ।
ଏହା ସ୍କିନ ପିଗମେଣ୍ଟେସନକୁ ଅଟକାଏ ଏବଂ ସୂର୍ଯ୍ୟ କିରଣ ଯୋଗୁଁ ହେଉଥିବା କ୍ଷତିକୁ ବହୁତ ପରିମାଣରେ ଠିକ୍ କରିଦେଇଥାଏ । ଯେଉଁଥିପାଇଁ ଆପଣଙ୍କ ତ୍ୱଚାରେ ଚମକ ନଜର ଆସିଥାଏ ।
ଭେଣ୍ଡି ସେବନ ଦ୍ୱାରା ଶରୀରରେ ରକ୍ତ ସଂଚାଳନ ବଢିଥାଏ । ଯାହାଫଳରେ ଆପଣଙ୍କ କେଶଠାରୁ ଅରମ୍ଭ କରି ତ୍ୱଚା ପର୍ଯ୍ୟନ୍ତ ଚମକ ରହିଥାଏ । ଭେଣ୍ଡି ଆପଣଙ୍କ ସମସ୍ତ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ ।