ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ପ୍ରତ୍ୟେକ ଘରର ପରିବା ଡାଲାରେ ଲେମ୍ବୁ ଉପଲବ୍ଧ ଥାଏ । କାରଣ କିଛି ଲୋକ ଏହି ଲେମ୍ବୁକୁ ଖରାଦିନେ ସରବତ କରି ପିଇଥାନ୍ତି ତ ଆଉ କିଛି ଲୋକ ଲେମନ ଟି କରି ଏବଂ ସାଲାଡ ରେ ବ୍ୟବହାର କରିଥାନ୍ତି । ଏହାବ୍ୟତୀତ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଲେମ୍ବୁ ବ୍ୟବହାର କରାଯାଇଥାଏ । ଲେମ୍ବୁରେ ଥିବା ପୋଷକ ତତ୍ୱ ଏହା ଶାରୀରକୁ ଖୁବ୍ ଫାଇଦା ଦେଇଥାଏ । ଏପର୍ଯ୍ୟନ୍ତ ଆପଣ ଲେମ୍ବୁ ରସର ଫାଇଦା ସଂପର୍କରେ ଜାଣିଥିବେ । କିନ୍ତୁ ଆପଣ ଲେମ୍ବୁ ଚୋପାର ଫାଇଦା ବିଷୟରେ ଜାଣିଛନ୍ତି କି? ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ ଲେମ୍ବୁ ଚୋପାର ଫାଇଦା ସଂପର୍କରେ କହିବାକୁ ଯାଉଛୁ ।
କୁହାଯାଏ ଲେମ୍ବୁ ଚୋପାରେ ଭରପୁର ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ୍ ଥାଏ । ଯାହା ହାଡକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।
ଏହି ଲେମ୍ବୁ ଚୋପାରେ କର୍କଟ ରୋଗର କଣିକାକୁ ଦୂର କରିବାର କ୍ଷମତା ରହିଛି । ଏହାସହିତ ଯଦି ଆପଣଙ୍କ ମୁହଁରୁ ଛାଲ ବାହାରୁଛି ତେବେ ଆପଣ ଲେମ୍ବୁ ଚୋପାକୁ ମୁହଁରେ ବ୍ୟବହାର କରିପାରିବେ ।
ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନୀତ ସମସ୍ୟା ଅଛି ତେବେ ଲେମ୍ବୁ ଚୋପାକୁ ବ୍ୟବହାର କରୁନ୍ତୁ । ଏହି ଚୋପାରେ ଥିବା ପୋଟାସିୟମ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ ।