ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ କି ଅମୃତ ଭଣ୍ଡା ଶରୀର ପାଇଁ ଖୁବ୍ ଉପଯୋଗୀ । ସେ କଞ୍ଚା ହେଉ ଅବା ପାଚିଲା । କିନ୍ତୁ ଆପଣ ଜାଣିଛନ୍ତି କି ଅମୃତ ଭଣ୍ଡା ପତ୍ର ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ସଂପର୍କରେ ।
– ଅମୃତ ଭଣ୍ଡା ପତ୍ରର ଜୁସ୍ ଶରୀରରେ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିବା ସହ ଜୀବାଣୁ ବୃଦ୍ଧିକୁ କମ କରାଇଥାଏ । ଏହାସହିତ ଅନେକ ରୋଗ ସହିତ ଲଢିବାରେ ଏହି ଜୁସି ଶକ୍ତି ଯୋଗାଇଥାଏ ।
– ଏହି ଅମୃତ ଭଣ୍ଡା ପତ୍ର ଜୁସ୍ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଏହାସହିତ ଶରୀରକୁ ଦୃଢ ରଖିଥାଏ ।
– କର୍କଟ ରୋଗୀଙ୍କ ପାଇଁ ଏହି ପତ୍ରର ଜୁସ୍ ବରଦାନ ସଦୃଶ କାମ କରିଥାଏ । ଏଥିରେ କ୍ୟାଂସରୋଧି ଗୁଣ ଥାଏ । ଯାହା ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିଥାଏ ।
– ମହିଳାମାନଙ୍କର ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇବାକୁ ହେଲେ ଅମୃତ ଭଣ୍ଡା କାଢା ପ୍ରସ୍ତୁତ କରି ପିଅନ୍ତୁ । ଏହାଦ୍ୱାରା ଖୁବ୍ ଆରାମ ଅନୁଭବ ହୋଇଥାଏ ।