ଭୁବନେଶ୍ୱର (ଏଟିଆର ବୁରୋ): ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ୱ ରହିଛି । ଘରର ସମସ୍ତ ଜିନିଷ କେଉଁ କୋଣରେ ରହିବା ଉଚିତ୍ ସେ ସବୁ ବାସ୍ତୁଶାସ୍ତ୍ରରୁ ଜାଣିବାକୁ ମିଳିଥାଏ । ପ୍ରାଚୀନ କାଳରୁ ତୁଳସୀ ଗଛକୁ ଗୃହରେ ରଖାଯାଇଥାଏ । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୁଜାଚର୍ଚ୍ଚନା କରାଯିବା ସହ ଖୁବ୍ ମହତ୍ୱ ଦିଆ ଯାଇଥାଏ । ଅନ୍ୟନାମରେ ଏହିଗଛକୁ ବୃନ୍ଦାବତୀ ବୋଲି କୁହାଯାଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଗଛ ଘରେ ରଖିଲେ ବହୁତ ଶୁଭ ହୋଇଥାଏ । ଯଦି ଆପଣ ପ୍ରତିଦିନ ତୁଳସି ଗଛ ମୂଳରେ ଘିଅ ଦୀପ ଜାଳିବେ ତେବେ ଆପଣଙ୍କ ଘର ସୁଖ ସମୃଦ୍ଧିରେ ପୁରି ଉଠିବ ।
ଏହି ଗଛରେ ସାକ୍ଷାତ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି ପ୍ରଚୀନ କାଳରୁ ବିଶ୍ୱାସ ରହିଛି । ଏହି ଗଛକୁ ଗୃହରେ ରଖିବା ଦ୍ୱାରା ଦୁଃଖ ଦୂର ହୋଇଥାଏ । ଏବଂ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ । ଏହା ସହିତ ଗୃହରେ ଧନ ବୃଦ୍ଧି ହୋଇଥାଏ ।
ଧାର୍ମିକ କାରଣକୁ ଛାଡିଦେଲେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଗଛର ଅନେକ ମହତ୍ୱ ରହିଛି । କାରଣ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତ ସଫା ରହିବା ସହିତ ତ୍ୱଚା ଏବଂ କେଶ ମଧ୍ୟ ସୁସ୍ଥ ରହିଥାଏ ।