ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତିି । ସେଥିପାଇଁ ନିୟମିତ ଜିମ୍ ମଧ୍ୟ ଯାଉଛନ୍ତିି । ଜିମ୍ ଯିବା ଏବେ କାର ଏକପ୍ରକାର ଟ୍ରେଣ୍ଡ ହୋଇ ସାରିଛି । ଖାସ୍ କରି ପୁଅ ମାନେ ସିକ୍ସପ୍ୟାକ୍ ବନାଇବା ପାଇଁ ଜିମ୍ ର ସାହାରା ନେଉଛନ୍ତି ।
କିନ୍ତୁ ଆପଣମାନେ ଜାଣିଛନ୍ତି କି ପେଟରୁ ଚର୍ବି ହଟାଇ ଆପଣ ଘରେ ସିକ୍ସପ୍ୟାକ୍ କରିପାରିବେ । ଆଜ୍ଞା ହଁ ଏହା ଏକ ସାଧାରଣ ଏକ୍ସରସାଇଜ୍, ଯାହା ଫଳରେ ଆପଣଙ୍କୁ ଜିମ୍ ଯିବାକୁ ପଡିବ ନାହିଁ । ସେହି ଏକ୍ସରସାଇଜ୍ କୁ ଆପଣ ଘରେ କରିପାରିବେ । ଯଦି ଆପଣ ସିକ୍ସପ୍ୟାକ୍ ବନେଇବାକୁ ଚାହୁଁଛନ୍ତି ତେବେ ନିହାତି ଭାବେ ଏହି ଏକ୍ସରସାଇଜ୍ କରନ୍ତୁ ।
ସିକ୍ସପ୍ୟାକ୍ ପାଇଁ ପ୍ରଥମେ ଆପଣଙ୍କୁ ମିଠା ଏବଂ ତେଲ ଜିନିଷ ଖାଇବା ଛାଡିବାକୁ ପଡିବ । କାରଣ ଏହି ସବୁ ଖାଦ୍ୟ ଦ୍ୱାରା ପେଟରେ ଚର୍ବି ଜମାଟ ବାନ୍ଧି ଥାଏ । ସେଥିପାଇଁ ଏକ୍ସରସାଇଜ୍ କଲା ବେଳେ ପ୍ରଥମେ ଚଟାଣରେ ସିଧା ଶୋଇ ପଡିବା ସହ ଦୁଇ ହାତ ସାହାଯ୍ୟରେ ମୁଣ୍ଡକୁ ଆଣ୍ଠୁ ଯାଏଁ ଲଗାନ୍ତୁ । ଏହି ଏକ୍ସରସାଇଜ୍ କୁ ସିଟ୍ ଅପ କ୍ରଞ୍ଚି କୁହାଯାଇଥାଏ ।
ଏହି ଏକ୍ସରସାଇଜ୍ କୁ ଦିନକୁ ଦୁଇଥର କରନ୍ତୁ । ଏଭଳି ଲଗାତର ଭାବେ ଏକ୍ସରସାଇଜ୍ କରିବା ଦ୍ୱାରା ପେଟରୁ ଚର୍ବି କମ୍ ହେବ ଏବଂ ଆପଣଙ୍କ ସିକ୍ସପ୍ୟାକ୍ ହେବା ଆରମ୍ଭ ହୋଇଯିବ ।
ଯଦି ଆପଣ ଲାଗତର ଏହି ଏକ୍ସରସାଇଜ୍ କରନ୍ତି ଏବଂ ତେଲ , ମସଲା ଯୁକ୍ତ ଖାଦ୍ୟ ଖାଇବା ଛାଡି ଦିଅନ୍ତି ତେବେ ଗୋଟେ ମାସ ଭିତରେ ଏହାର ଫଳପଳା ପାଇଯିବେ ।