ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଡିଏଚଡି ଏଭଳି ଏକ ରୋଗ, ଯାହା ଛୋଟ ଛୁଆଙ୍କ ଠାରେ ଦେଖିବାକୁ ମିଳିଥାଏ । ପିଲାଙ୍କ ଠାରେ ଏହି ରୋଗ ସେହି ସମୟରେ ଆରମ୍ଭ ହୋଇଥାଏ, ଯେଉଁ ସମୟରେ ଗର୍ଭବତୀ ମା’ଙ୍କଠାରେ ଭିଟାମିନ୍ କମ୍ ହୋଇଥାଏ । ଏହି ରୋଗକୁ ଆଟେନସନ୍ ଡିସଅର୍ଡର ବୋଲି କୁହାଯାଇଥାଏ । ଯେଉଁଥି ପାଇଁ ଛୁଆଟି ଯେକୌଣସି କାରଣ ଲାଗି ହାଇପରଆକ୍ଟିଭିଟି ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନେ ଭିଟାମିନ୍ ଡି ଅଭାବରୁ ରକ୍ଷା ପାଇବା ପାଇଁ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ୍ ।
ପିଲାଙ୍କଠାରେ ଏଡିଏଚଡ ର ଲକ୍ଷ୍ୟଣ:-
– ବହୁତ ଶୀଘ୍ର ଚିଡିଯିବା
– କୌଣସି ଜିନିଷ ପ୍ରତି ଧ୍ୟାନ ନରହିବା
– ମନ ପରିବର୍ତ୍ତନ ହେବା
– ଆବଶ୍ୟକତା ଠାରୁ ଅଧିକ ସକ୍ରିୟ ରହିବା
– ଏକାସଙ୍ଗରେ ଭିନ୍ନ ଭିନ୍ନ କାମ କରିବା ପାଇଁ ମନ ବଳାଇବା
– ନିୟନ୍ତ୍ରଣରେ ନରହିବା
ଆସନ୍ତୁ ଜାଣିବା ଭିଟାମିନ୍ ଡି ଅଭାବକୁ କିପରି କରିବେ ପୂରଣ:-
ନିୟମିତ ଖୀର ପିଅନ୍ତୁ:- ପ୍ରତ୍ୟେକଦିନ ଗର୍ଭବତି ମହିଳା ବା ମା’ ମାନଙ୍କୁ ୨ ଗ୍ଲାସ ଖୀର ପିଇବା ଉଚିତ୍ । ଖୀର ପିଇବା ଦ୍ୱାରା ମା’ ଏବଂ ଛୁଆ ଉଭୟଙ୍କର ହାଡ ମଜବୁତ ହେବ, ଛୁଆର ମସ୍ତିସ୍କ ଏବଂ ଶାରିରୀକ ବିକାଶ ମଧ୍ୟ ହେବ ।
ଦହି ସେବନ କରନ୍ତୁ:- ଖୀର ସମେତ ଗୋଟେ ଗିନା ଦହି ବି ମହିଳାଙ୍କ ପାଇଁ ବହୁତ ଜରୁରୀ । ମାତ୍ର ସର୍ବଦା ଦହିକୁ ସକାଳେ ଖାଲି ପେଟରେ କିମ୍ବା ମଧ୍ୟାହ୍ନ ଭୋଜନ ସହିତ ସେବନ କରନ୍ତୁ ।
କମଳା ଜୁସ୍:- ଭିଟାମିନ୍ ସି ଯୁକ୍ତ ଫଳ ବି ଶରୀରରେ ଭିଡାମିନ୍ ଡି ଅଭାବକୁ ପୁରଣ କରିଥାଏ ।
ଦଲିଆ:- ଦଲିଆ ଏକ ପୂର୍ଣ୍ଣ ଆହର । ଏହାକୁ ସେବନ କରିବା ଦ୍ୱାରା ମା’ଙ୍କ ଶରୀରକୁ ଶକ୍ତି ଏବଂ ଛୁଆକୁ ଭରପୁର ମାତ୍ରାରେ ଭିଟାମିନ୍ ଡି ମିଳିଥାଏ । ଦଲିଆରେ ଆପଣ ଭିଟାମିନ୍ ସି ଯୁକ୍ତି ପରିବା ପକାଇପାରିବେ ।
ଛତୁ:- ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ଡି ରହିଛି । ଛତୁ ବ୍ୟତିତ ଅଣ୍ଡା, ମାଛ ଏବଂ ଚିକେନ ବି ଭିଟାମିନ୍ ଡି ର ଅଭାବକୁ ପୁରଣ କରିପାରିବ ।
ଜାଣନ୍ତୁ ଛୋଟ ଛୁଆ କାହିଁକି ADHD ରୋଗର ଶିକାର ହୋଇଥାନ୍ତି
Tags #AtrNews #Lifestyle