ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ଅନେକ ବ୍ୟକ୍ତି ଥାଇରଏଡ ରୋଗରେ ପୀଡିତ । ଏହି ସମସ୍ୟା ଦ୍ୱାରା ଓଜନ ବୃଦ୍ଧି ହେବା ସହିତ ହରମୋନ ଅସନ୍ତୁଳିତ ହୋଇଯାଇଥାଏ । ଏକ ଗବେଷଣା ମୁତାବକ, ପୁରୁଷଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ ସମସ୍ୟା ଅଧିକ ହୋଇଥାଏ । ଥାଇରଏଡ ଏକ ପ୍ରକାରର ଗ୍ରନ୍ଥି , ଯାହାଫଳରେ ଗଳା ଫୁଲିକି ରହେ । ଏହି ଗ୍ରନ୍ଥି ଶରୀରର ମୋଟାବଲିଜିମ୍ କୁ ନିୟନ୍ତ୍ରଣ କରିଥାଏ ।
ଥାଇରଏଡର ଲକ୍ଷଣ:
ଥାଇରଏଡ ହାର୍ଟ, ମାଂସପେଶୀ, ହାଡ ଏବଂ କୋଲେଷ୍ଟ୍ରଲକୁ ବି ପ୍ରଭାବିତ କରିଥାଏ । ଏହାଦ୍ୱାରା ଓଜନ ହ୍ରାସ ହେବା,ଗରମ ସହିନପାରିବା, ଠିକ୍ ସେ ନିଦ ନହେବା, ଶୋଷ ଲାଗିବା, ଅତ୍ୟଧିକ ଝାଳ ବୋହିବା, ହାତ ଥରିବା, ଦୁର୍ବଳ ଲାଗିବା, ଚିନ୍ତା ଆଦି ଏହାର ପ୍ରମୁଖ ଲକ୍ଷଣ ।
ଥାଇରଏଡ କାରଣ:
- ଏହା କେବଳ ଏକ ବଢିଥିବା ଗ୍ରନ୍ଥି ଯେଉଁଥିରେ ଥାଇରଏଡ ହମୋନ୍ ହେବାର କ୍ଷମତା କମ ହୋଇଥାଏ । ସୋୟା ପ୍ରୋଟିନ୍, କ୍ୟାପସୁଲ ଏବଂ ପାଉଡର ଭାବେ ସୋୟା ଉତ୍ପାଦର ଜରୁରୀ ଠାରୁ ଅଧିକ ପ୍ରୟୋଗ କରିବା ଥାଇରଏଡର କାରଣ ହୋଇଥାଏ ।
- ବେଳେ ବେଳେ ଔଷଧର ସାଇଡ୍ ଇଫେକ୍ଟ ବି ଥାଇରଏଡର କାରଣ ହୋଇଥାଏ ।
- ଥାଇରଏଡ ସମସ୍ୟା ପିଟଚ୍ୟୁଟରୀ ଗ୍ରନ୍ଥି ପାଇଁ ମଧ୍ୟ ହୋଇଥାଏ । କାରଣ ଏହି ଗ୍ରନ୍ଥି ହରମୋନ ଉତ୍ପାଦନ କରିବାର ସଂକେତ ଦେବାରେ ସକ୍ଷମ ହୋଇନଥାଏ ।
- ଖାଦ୍ୟରେ ଆୟୋଡିନ୍ ଅଭାବ ବା ଅଧିକ ମାତ୍ରାରେ ଆୟୋଜିନ ରହିବା ବି ଥାଇରଏଡକୁ ବୃଦ୍ଧି କରାଇଥାଏ ।
- ଗଳା, ଚେଷ୍ଟ ବିକିରଣ ଥେରାପି, ଟନସିଲ୍, ଲିମ୍ଫ ନୋଡସ୍ , ଥାଇମସ୍ ଗ୍ରନ୍ଥିର ସମସ୍ୟା ହିଁ ଥାଇରଏର ମୂଳ କାରଣ ।
- ଏହାବ୍ୟତିତ ଚିନ୍ତାଗ୍ରସ୍ତ ପାଇଁ ବି ଥାଇରଏଡ ହୋଇପାରେ । କାରଣ ଚିନ୍ତା ଅଧିକ ହେବା ଦ୍ୱାରା ଏହାର ପ୍ରଭାବ ଥାଇରଏଡ୍ ଗ୍ରନ୍ଥି ଉପରେ ପଡିଥାଏ ।
- ଥାଇରଏଡର ଏକ ଆନୁବଂଶିକ କାରଣ ବି ରହିଛି , ଯଦି ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତିଙ୍କର ଏହି ସମସ୍ୟା ଥାଏ ତେବେ ଥାଇରଏଡ ହେବାର ସମ୍ଭାବନା ଅଧିକ ଥାଏ । ଏହା ସବୁଠାରୁ ମୁଖ୍ୟ କାରଣ ।
- ଥାଇରଏଡ ଉପଚାର:
- ଫେଶୀ କୁ ଗୁଣ୍ଡ କରି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ସେହି ଚୂର୍ଣ୍ଣକୁ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ଥାଇରଏଡରୁ ଆରାମ ମିଳିଥାଏ ।
- ଥାଇରଏଡ ସମସ୍ୟାରେ ନଡିଆ ତେଲ ବି ଫାଇଦା ହୋଇଥାଏ । ସେଥିପାଇଁ ଏକରୁ ଦୁଇ ଚାମଚ ନଡିଆ ତେଲକୁ ଉଷୁମ କରି ଖୀର ସହ ଖାଲି ପେଟରେ ସେବନ କଲେ ଲାଭ ହୋଇଥାଏ ।
- ଥାଇରଏଡ ଦୂର କରିବା ପାଇଁ ଅଶ୍ୱଗନ୍ଧା ଚୂର୍ଣ୍ଣରେ ମହୁ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ ।
- ଖାଦ୍ୟରେ ଡାଲଚିନି, ଅଦା,ରସୁଣ, ଧଳା ପିଆଜ, ଏବଂ ଷ୍ଟ୍ରପେରୀ ଚୋପାର ସେବନ ବଢାଇ ଦିଅନ୍ତୁ । ଏହି ରୋଗୀଙ୍କ ପାଇଁ ଖାଦ୍ୟରେ ନଡିଆ ତେଲ ବ୍ୟବହାର କରନ୍ତୁ ।