ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ କ୍ଷୀର । ଏଥିରେ ଅନେକ ପୋଷକ ତତ୍ୱ ଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ । ଏହାସହିତ କ୍ଷୀରରେ କ୍ୟାଲସିୟମ ଭରପୁର ମାତ୍ରାରେ ଥିବା ହେତୁ ହାଡକୁ ମଜବୁତ ରଖେ । କିନ୍ତୁ ଯେତେବେଳେ କ୍ଷୀରରେ କିଛି ଆୟୁର୍ବେଦିକ ଜିନିଷ ମିଶ୍ରିତ ହୁଏ ସେତେବେଳେ ଏହାର ଫାଇଦା ଦୁଇଗୁଣା ହୋଇଯାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କ୍ଷୀରରେ ଡାଲଚିନ୍ ମିଶାଇ ପିଇବା ଦ୍ୱାରା କି କି ପ୍ରକାରର ଲାଭକାରୀ ହୋଇପାରିବେ ।
କ୍ଷୀରରେ ଡାଲଚିନ୍ ଗୁଣ୍ଡ ପକାଇ ପିଇବା ଦ୍ୱାରା ଅନେକ ମାରାତ୍ମକ ରୋଗରୁ ମୁକ୍ତି ପାଇ ପାରିବେ । ଯେତେବେଳେ ଆପଣ କ୍ଷୀରରେ ଡାଲଚିନ୍ ଗୁଣ୍ଡ ମିଶ୍ରଣ କରୁଛନ୍ତି ସେତେବେଳେ କ୍ଷୀରରେ ଆଂଟିବ୍ୟାକ୍ଟରିଆଲ ଗୁଣ ବଢିଯାଏ, ଯେଉଁ କାରଣରୁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଯାଇଥାଏ । ଏହା ମଧୁମେହ , ତ୍ୱଚା ସମସ୍ୟା, ମୋଟାପଣ ଆଦି ସମସ୍ୟାକୁ ଠିକ୍ କରିବାରେ ସହାୟକ ହୁଏ ।
ପ୍ରତ୍ୟେକ ଦିନ ଯେଉଁ ବ୍ୟକ୍ତିଙ୍କର ହାଡ ଦୁର୍ବଳ ଓ ଦରଜ ହେଉଥିବ ସେମାନଙ୍କ ପାଇଁ ଡାଲଚିନ୍ ମିଶ୍ରିତ କ୍ଷୀର ଖୁବ୍ ଉପକାରୀ । ସେଥିପାଇଁ ନିୟମିତ କ୍ଷୀରରେ ଡାଲଚିନ୍ ଗୁଣ୍ଡ ଏବଂ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏଭଳି କରିବାଳ ଦ୍ୱାରା ହାଡ ମଜବୁତ୍ ରହିବ ।
କର୍କଟ ଭଳି ମାରାତ୍ମକ ରୋଗ ପାଇଁ ଏହି ଡାଲଚିନ୍ ମିଶ୍ରିତ ଖୀର ପିଅନ୍ତୁ । କାରଣ ଏଥିରେ କର୍କଟ ରୋଧୀ ଗୁଣ ଥାଏ ଯାହା କର୍କଟ ଭଳି ଗମ୍ଭରୀ ସମସ୍ୟାର ମୁକ୍ତି ଦେବାରେ ସହାୟକ ହୁଏ ।
ଯଦି ଆପଣଙ୍କ ତ୍ୱଚାରେ ଦାଗ ଏବଂ କେଶ ସମସ୍ୟା ଅଛି ତେବେ ନିୟମିତ କ୍ଷୀରରେ ଡାଲଚିନ୍ ମିଶାଇ ପିଅନ୍ତୁ ।
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ଅନେକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି । ଏହା ଅଭ୍ୟାସରେ ପରିଣତ ହୋଇଯାଏ, ରାତିରେ ଠିକ୍ ଭାବେ ନିଦ ହୁଏ ନାହିଁ । କିନ୍ତୁ ପରମୁହୂର୍ତ୍ତରେ ଏହା ଶରୀରରେ ଖରାପ ପ୍ରଭାବ ପକାଇ ଥାଏ । ସେଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟେ କପ ଡାଲଚିନ୍ ମିଶା କ୍ଷୀର ପିଇକି ଶୁଅନ୍ତୁ । ଏହାଦ୍ୱାରା ରାତିରେ ଭଲ ନିଦ ହେବା ସହ ଅନିଦ୍ରା ଦୂର ହେବ ।