ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରୋଇ ଖାଦ୍ୟ ସାମଗ୍ରୀରେ ଏପରି କିଛି ସାମଗ୍ରୀ ଥାଏ ଯାହାର ବ୍ୟବହାରରେ ସ୍ୱାସ୍ଥ୍ୟର ଯତ୍ନ ଅତି ସହଜରେ ନିଆଯାଇପାରେ । ସମସ୍ତଙ୍କ ଘରେ ଲବଙ୍ଗର ବ୍ୟବହାର କରାଯାଏ । କିଏ ଏହାକୁ ଖାଦ୍ୟ ସାମଗ୍ରୀ ରୂପେ ବ୍ୟବହାର କରନ୍ତି ତ କିଏ ଏହାକୁ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧକୁ ଦୂର କରିବାରେ ବ୍ୟବହାର କରିଥାନ୍ତି । ମୁଖ୍ୟତଃ ଲବଙ୍ଗକୁ ଦାନ୍ତ ବିନ୍ଧା ହେବା ମାତ୍ରେ ବ୍ୟବହାର କରାଯାଏ । ହେଲେ ଆପଣ ଜାଣିଛନ୍ତି କି ଲବଙ୍ଗ ଏପରି ଏକ ଜିନିଷ ଯାହ ଆୟୁବେଦ ଚିକିତ୍ସାରେ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଥାଏ । ଆୟୁବେଦ ଚିକିତ୍ସାରେ ବଡରୁ ବଡ ରୋଗ ଭଲ କରିବାରେ ଲବଙ୍ଗର ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲବଙ୍ଗ ମୁଖ୍ୟତଃ ପୁରୁଷ ବ୍ୟକ୍ତିଙ୍କ ବଡବଡ ରୋଗ ଭଲ କରିବାରେ ସାହାର୍ଯ୍ୟ କରିଥାଏ । ଏହାର ସ୍ୱାଦ ରାଗ ହୋଇଥିବା ବେଳେ ଏହା ଯାହାଫଳରେ ଏହା ଅନେକ ରୋଗ ଭଲ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସମ୍ପର୍କରେ,
– ଲବଙ୍ଗରେ ଭିଟାମିନ ବି ର ଅନେକ ପ୍ରକାର ମିଳିଥାଏ । ଯେମିତି କି ଭିଟାମିନ ବି୧, ବି୨, ବି୪, ବି୬,ବି୯ ଆଦି ମିଳିଥାଏ । ଏହା ବ୍ୟତୀତ ଭିଟାମିନ ସି, ଭିଟାମିନ କେ, କାରବୋନହାଇଡ୍ରେଡ, ପ୍ରୋଟିନ, ବୀଟା କୋରୋଟିନ ଭଳି ତତ୍ୱ ମିଳିଥାଏ । ଏଥିରେ ୩୦ପ୍ରତିଶଦ ଫାଇବର ମିଳିଥାଏ । ତେବେ ଏତେ ତତ୍ୱରେ ଭରପୂର ଥିବା ଲବଙ୍ଗ ଆମକୁ ଶୀତଦିନରେ ଅନେକ ରୋଗରୁ ରକ୍ଷା କରିଥାଏ ।
– ବିଶେଷଜ୍ଞଙ୍କ ମତରେ ଲବଙ୍ଗ ପୁରୁଷ ଲୋକ ଖାଇବା ଦ୍ୱାରା ଏହା ସେମାନଙ୍କ ଶରୀରରେ ଥିବା ପୋଷକ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ପୁରୁଷଙ୍କ କ୍ଷେତ୍ରରେ ଏହା ଶକ୍ତି ବୃଦ୍ଧି କରାଇବାରେ ସାହାର୍ଯ୍ୟ କରିଥାଏ ।
– ପୁରୁଷଙ୍କ ପାଖରେ ଶୀଘ୍ରପତନ ହେବା ଫଳରେ ସେମାନଙ୍କ ପାଖରେ ଯୌନଜନିତ ସମସ୍ୟା ଦେଖା ଦେଇଥାଏ । ତେବେ ନିୟମିତ ରୂପେ ଲବଙ୍ଗ ଖାଇବା ଫଳରେ ଏହା ଶୀଘ୍ରପତନ ଭଳି ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ ଯାହାଫଳରେ ଏହା ଯୌନଜନିତ ସମସ୍ୟା ଠାରୁ ମୁକ୍ତି ମିଳିଥାଏ ।
– ଯେଉଁ ପୁରୁଷଙ୍କ ଠାରେ କମ ଶୁକ୍ରାଣୁ ଜନିତ ସମସ୍ୟା ଦେଖା ଦେଇଥାଏ । ସେମାନେ ଲବଙ୍ଗ ଖାଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ଲବଙ୍ଗର ସେବନ ଅଧିକ ମାତ୍ରାରେ କରିବା ଫଳରେ ଏହାର ପାଶ୍ୱର୍ ପ୍ରତିକ୍ରିୟା ହେବାର ସମ୍ଭାବନା ରହିଥାଏ ।