ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ସକାଳୁ ସକାଳୁ ବେଡ୍ ରୁ ଉଠି ଅନେକ ଲୋକ ଚା’ କିମ୍ବା କଫି ପିଉଥିବାର ଆପଣମାନେ ନିଶ୍ଚିତ ଭାବେ ଦେଖିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି କଫି କେବଳ ନିଦ ଭାଙ୍ଗି ନଥାଏ ବରଂ ଶରୀରରେ ବଢୁଥିବା ଚର୍ବିକୁ ହ୍ରାସ କରାଇଥାଏ ।
ଆମେରିକାରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, କଫି କେବଳ ଶକ୍ତି ବଢାଇବାର କାମ କରିନଥାଏ ବରଂ ତାହାଠାରୁ ଅଧିକ ଗୁଣରେ କାମ କରିଥାଏ । ଯଦି ଆପଣ ସକାଳୁ ଉଠି ଜିମ୍ ଯାଇ ପରିଶ୍ରମ କରୁଛନ୍ତି ତେବେ ସେଥିପାଇଁ ନିୟମିତ କଳା କଫି ପିଅନ୍ତୁ । ଏଭଳି କରିବା ଦ୍ୱାରା ଗୋଟେ ମାସ ଭିତରେ ଆପଣ ଫରକ ଜାଣିପାରିବେ । ଆପଣଙ୍କ ଚର୍ବି ହ୍ରାସ ହେବା ସହିତ କୌଣସି ଜିମ୍ ଯିବାର ଆବଶ୍ୟକତା ପଡିବ ନାହିଁ ।