ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦୈନଦିନ ଜୀବନରେ ଲୋକମାନେ ସୁନ୍ଦର ତ୍ୱଚା ପାଇଁ ବିଭିନ୍ନ ପ୍ରକାର କ୍ରିମ, ଫେସୱାସ ଆଦିର ବ୍ୟବହାର କରିଥାନ୍ତି । ତେବେ ଏହାର ପ୍ରଭାବ ବିଷୟରେ ନିଶ୍ଚିନ୍ତ ଅଳ୍ପବେଶୀ ଜାଣିଥିବେ । ହେଲେ ଆପଣ ଜାଣିଛନ୍ତି କି, ଫେସୱାସ ଓ ସ୍କ୍ରବ ଆଦି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା କେତେ ପରିମାଣର କ୍ଷତି ହୋଇଥାଏ । ତେବେ ଆସନ୍ତୁଜାଣିବା ଏସବୁ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା କେଉଁ ପ୍ରକାର କୁପ୍ରଭାବ ପଡିଥାଏ ।
ଏକ ଗବେଷଣାରୁ ଜଣାପଡିଛି କି, ଭାରତ ବଜାରରେ ବିକ୍ରି ହେଉଥିବା ଅନେକ ସାମଗ୍ରୀରେ ମିଳୁଥିବା ମାଇକ୍ରୋପ୍ଲାଷ୍ଟିକ କେବଳ ବାତାବରଣକୁ ପ୍ରଦୂଷିତ କରୁଛି ତାହା ନୁହେଁ, ବରଂ ଜଳରେ ରହୁଥିବା ଜୀବ ଓ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମସ୍ୟା ଦେଖାଯିବା ସମ୍ଭାବନ ରହିଛିା
ନିକଟରେ ପରିବେଶ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ସମୂହ ଟୋକ୍ସିକ ଲିଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଭାରତୀୟ ବଜାରରେ ମିଳୁଥିବା ୧୬ କଂଜ୍ୟୁମର ବ୍ରାଣ୍ଡର ୧୮ ପର୍ସନାଲ ପ୍ରଡକ୍ସନର ପରୀକ୍ଷଣ କରାଯାଇଥିଲା । ଏଥିରୁ ଜଣାପଡିଲା ଯେ ୫୦ ପ୍ରତିଶତ ଫେସୱାସ ଓ ୬୭ ପ୍ରତିଶତ ସ୍କ୍ରବରେ ମାଇକ୍ରୋପ୍ଲାଷ୍ଟିକ ରହିଛିି । ଏହି ମାଇକ୍ରୋପ୍ଲାଷ୍ଟିକକୁ ମାଇକ୍ରୋବେଶ ନାମରେ ମଧ୍ୟ ଜଣାଯାଏ । ଫଳରେ ଦୁନିଆର ଅନେକ ସ୍ଥାନରେ ଏହି ସାମଗ୍ରୀ ଉପରେ ରୋକ ଲଗାଯାଇଛି ।
ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ଅଧିକାଂଶ କସମେଟିକ୍ସ ସାମଗ୍ରୀରେ ମିଳୁଥିବା ନାନ-ବାୟୋଡିଗ୍ରେଡିବେଲ ମାଇକ୍ରୋୱିଡସ ପାଣି ଜରିଆରେ ନଦୀ, ନାଳରୁ ସମୁଦ୍ରକୁ ପହଂଚୁଛି ।