ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ପୁରୁଷମାନେ ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିଥାନ୍ତି ।ସେହି ପର୍ସରେ କେବଳ ଟଙ୍କା ନଥାଏ ସେଥିରେ ଟଙ୍କା ବ୍ୟତୀତ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଭିଜିଟିଙ୍ଗ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଇଡି ପ୍ରୁଫ୍ ଏବଂ ଅନେକ ଦରକାରୀ କାଗଜ । ଡାକ୍ତରଙ୍କ କହିବାନୁଯାୟୀ ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
ଯେତେବେଳେ ଆପଣ ଏହି ମୋଟା ପର୍ସ ପଛରେ ରଖି ବସିଥାନ୍ତି । ସେତେବେଳେ ହିପ୍ ର ସାଇଟିକା ଶିରାଟି ଦବି ଯାଇଥାଏ । ଯାହାଫଳରେ ହିପ୍ ଏବଂ ଅଣ୍ଟା ବ୍ୟଥା ଆରମ୍ଭ ହୋଇଯାଇଥାଏ । ଏହି ଦରଜ ବଢି ବଢି ଗୋଡ ପର୍ଯ୍ୟନ୍ତ ଯାଇଥାଏ ।
ଯଦି କୌଣସି ବ୍ୟକ୍ତିଙ୍କ ଏଭଳି ପ୍ରତିଦିନ ଦରଜ ହୋଇଥାଏ, ତେବେ ତାହାକୁ ପେରିଫୋର୍ମିସ କୁହାଯାଇଥାଏ । ଏହାଦ୍ୱାରା ମେରୁଦଣ୍ଡ ହାଡରେ ମଧ୍ୟ ପ୍ରଭାବ ପଡିଥାଏ ।