ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରରେ ଯଦି କୌଣସି ମିନେରାଲ୍ସର ଅଭାବ ହୁଏ ତେବେ ଅନେକ ରୋଗ ହୋଇପାରେ । ଆୟରନ୍ ମଧ୍ୟ ଶରୀର ପାଇଁ ଏକ ଜରୁରୀ ମିନେରାଲ୍ସ । ଯାହା ଆପଣଙ୍କ ଶରୀରକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଯଦି ଶରୀରରେ ଆୟରନ ଅଭାବ ହୁଏ ତେବେ ଏହାଦ୍ୱାରା ଅନେକ ଅଙ୍ଗ ପ୍ରଭାବିତ ହୋଇପାରେ । ଆୟରନ ଅଭାବ ହେବା ଦ୍ୱାରା ରକ୍ତ ଅଭାବ ଆରମ୍ଭ ହୋଇଥାଏ । ଶରୀରରେ ଅକ୍ସିଜେନ ଅଭାବକୁ ପୁରଣ କରିବା ଏବଂ ସମସ୍ତ ଅଙ୍ଗ ପର୍ଯ୍ୟନ୍ତ ପହଁଚାଇବାର ସହାୟକ ହୋଇଥାଏ । ସେହିପରି ଆୟରନ ଅଭାବ ହେବା ଦ୍ୱାରା ଏନିମିୟା ଭଳି ରୋଗର ଆଶଙ୍କା ବଢିଥାଏ । ଆପଣ ଦୁର୍ବଳ ଅନୁଭବ କରନ୍ତି । ସର୍ବଦା ଗର୍ଭବସ୍ଥାରେ ମହିଳାଙ୍କଠାରେ ଆୟରନର ଅଭାବ ଦେଖା ଦେଇଥାଏ ।
ଏନିମିୟା: ଶରୀରରେ ଆୟରନ ଅଭାବ ହେବା ଦ୍ୱାରା ଏନିମିୟାର ଆଶଙ୍କା ବଢିଯାଏ । ଏହା ଅଧିକ ମାତ୍ରାରେ ମହିଳାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ସଠିକ୍ ଭାବେ ଖାଦ୍ୟ-ପାନୀୟ ଗ୍ରହଣ ନକରିବା, ଗର୍ଭାବସ୍ଥା, ଋତୁଶ୍ରାବ ସମୟରେ ଅଧିକ ରକ୍ତ ଶ୍ରାବ ହେବା ଦ୍ୱାରା ଏନିମିୟାର ବିପଦ ବଢିଥାଏ । ଏନିମିୟା ହେବା ଦ୍ୱାର ଶରୀରରେ ଥକାପଣ, ଏନର୍ଜି କମ ହେବା, କାମ କରିବାରେ ସମସ୍ୟା, ଶରୀରରେ ତାପମାତ୍ରା ଅଧିକ ରହିଥାଏ । ଇମ୍ରୁନ ସିଷ୍ଟମ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।
ଯେଉଁ ଲୋକଙ୍କ ଶରୀରରେ ଆୟରନ ଅଭାବ ରହିଥାଏ ସେମାନଙ୍କର ହାର୍ଟ ଏବଂ ଫୁସଫୁସ ସମସ୍ୟା ମଧ୍ୟ ହୋଇଥାଏ । ଆୟରନ ଅଭାବ ହେବା ଦ୍ୱାରା ହାର୍ଟ ଏବଂ ଫୁସଫୁସକୁ ଅନେକ ଥର ଜଟିଳତାର ସାମ୍ନା କରିବାକୁ ପଡେ । ବେଳେବେଳେ ହୃଦସ୍ପନ୍ଦନ ବଢିଯାଏ । ଏଭଳି କ୍ଷେତ୍ରରେ ହାର୍ଟ ଫେଲ ହେବାର ଆଶଙ୍କା ଅଧିକ ।
ଆୟରନ ଅଭାବ ହେବା ଦ୍ୱାରା ଦିନସାରା ଆପଣଙ୍କୁ ଥକାପଣ ଏବଂ ଦୁର୍ବଳ ଅନୁଭବ ହୋଇଥାଏ । ଏହାର କାରଣ ହିମୋଗ୍ଲୋବିନ ଅଭାବ ମଧ୍ୟ । ହିମୋଗ୍ଲୋବିନ କମ ହେବା ଦ୍ୱାରା ମାଂସପେଶୀ ତଥା ଅଙ୍ଗପ୍ରତ୍ୟେଙ୍ଗରେ ସଠିକ ମାତ୍ରାରେ ଅକ୍ସିଜେନ ପହଁଚିପାରେ ନାହିଁ । ଯାହାଦ୍ୱାରା ଥକାପଣ ଅନୁଭବ ହୁଏ ।
ଯଦି କୌଣସି ଗର୍ଭବତୀ ମହିଳାଙ୍କଠାରେ ରକ୍ତର ଅଭାବ ଦେଖାଦିଏ ତେବେ ତାଙ୍କୁ ଶିଶୁ ଜନ୍ମ ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଗର୍ଭାବସ୍ଥାରେ ଆୟରନ ଅଭାବ ହେବା ହେତୁ ଶିଶୁର ଓଜନ, ମାନସିକ ବିକାଶ, ଏବଂ ଶିଶୁର ଆୟରନ ଅଭାବର ବିପଦ ବଢିଯାଏ ।
ଶରୀରରେ ଆୟରନ ଅଭାବ ହେବା ଦ୍ୱାରା କେଶ ଏବଂ ତ୍ୱଚା ସହ ଜଡିତ ସମସ୍ୟା ହେବାର ଆଶଙ୍କା ବଢିଯାଏ । ଏହାଦ୍ୱାରା ତ୍ୱଚାରେ ଶୁଷ୍କତା ଆସିବା ସହ ଦାଗ ଆଦି ଆସିଥାଏ । ସେହିପରି କେଶ ଝଡିବା ଏବଂ କେଶ ପାଚିବା ଆଦି ସମସ୍ୟା ଉପୁଜିଥାଏ ।
ଆୟରନ ଅଭାବର ଲକ୍ଷଣ:
– ଥକାପଣ, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, କେଶ ଝଡିବା, କେଶ ପାଚିବା, ଚିଡଚିଡା ହେବା, ତ୍ୱଚା ରଙ୍ଗ ଫିକା ପଡିବା, ତ୍ୱଚା ଶୁଖିବା, ନଖର ରଙ୍ଗ ଫିକା ପଡିବା, ଛାତି ଯନ୍ତ୍ରଣା, ହାତ ଗୋଡ ଥଣ୍ଡା ପଡିବା ଆଦି ।