ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା କାଲି ନବବର୍ଷ । ଏନେଇ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି କିିଛି କାମ ଅଛନ୍ତି ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଇଁ ଏହି ନବବର୍ଷଟି ଆହୁରୀ ଖାସ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଖାସ୍ କାମ ବିଷୟରେ..
- ନୂତନବର୍ଷର ଆରମ୍ଭ କେବେ ବି ଘରେ ବସି କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ଭାବନା ଏବଂ ବିଚାରରେ ପରିବର୍ତ୍ତନ ଆସିବ । ସେଥିପାଇଁ ବାହାରକୁ ଯାଇ ନୂତନ ବର୍ଷ ସେଲିବ୍ରେସନ କରନ୍ତୁ ।
- ଏହି ଅବସରରେ ଆପଣଙ୍କ ବନ୍ଧୁମାନଙ୍କୁ ଶୁଭକାମନା ଜଣାଇବାକୁ ବିଲକୁଲ୍ ଭୁଲନ୍ତୁ ନାହିଁ ।
- ଆପଣଙ୍କ ମାତା-ପିତା ଏବଂ ବୟୋଜେଷ୍ଠ ବ୍ୟକ୍ତିଙ୍କ ଆର୍ଶିବାଦ ନେଇ ନବବର୍ଷର ଆରମ୍ଭ କରନ୍ତୁ । କାରଣ ଆପଣଙ୍କ ସଫଳତା ପାଇଁ ଏହା ବହୁତ ଜରୁରୀ ।
- ନୂଆବର୍ଷରେ ଗରିବଙ୍କୁ ଭୋଜନ କରାନ୍ତୁ । ଏହାସହିତ ସପଥ ନିଅନ୍ତୁ କି ନୂତନ ବର୍ଷରେ ଭାଷା ଏବଂ ବିଚାରରେ ପବିତ୍ରତା ନେଇ ଆସିବେ ।
- ନୂତନବର୍ଷରେ କାମ ପ୍ରତି ନିଷ୍ଠାବାନ୍ ହୁଅନ୍ତୁ ।