ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ସ୍ୱାମୀମାନେ ତାଙ୍କ ସ୍ତ୍ରୀଙ୍କ ପ୍ରତି ଖୁବ୍ ଅତ୍ୟାଚାର କରୁଥିବାର । ଛୋଟ କଥାରୁ ଝଗଡା ଆରମ୍ଭ ହୋଇ ତାହା ବଡ ହୋଇ ଯାଇଥାଏ । ମାତ୍ର ସ୍ତ୍ରୀମାନେ ଏହି ଅତ୍ୟାଚାରକୁ ସହି ରହିଯାଇଥାନ୍ତି କୌଣସି ଆପତ୍ତି କରନ୍ତି ନାହିଁ । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ମହିଳାମାନେ ଅତ୍ୟାଚାରକୁ ସହିବା ପଛର କାରଣ କ’ଣ ହୋଇପାରେ । ଏହାର କାରଣ ହେଉଛି ମହିଳାମାନଙ୍କ ଭିତରେ ଖୁବ୍ ଭୟ ଥାଏ କି ସେ ଏକୁଟିଆ ହୋଇ ନଯାଆନ୍ତୁ । କିମ୍ବା ତାଙ୍କ ପିଲା ଛୁଆଙ୍କୁ ସେ ହରେଇ ନଦିଅନ୍ତୁ ।
ଏହାବ୍ୟତୀତ ମହିଳାମାନେ ସର୍ବଦା ନିଜର ମାନ ସମ୍ମାନକୁ ଜଗି ରଖି ଚଳିଥାନ୍ତି । କୌଣସି କାରଣ ବସତଃ ଜୀବନର ପାରିବାରିକ ସମସ୍ୟା ଯେପରି ବାହାରେ ନପଡୁ , ସେଥିପ୍ରତି ସେ ଖୁବ୍ ସତର୍କ ରହିଥାନ୍ତି ।ଏବଂ ସ୍ୱାମୀଙ୍କ ଅତ୍ୟାଚାରକୁ ସହି ଯାଇଥାନ୍ତି ।
ଆର୍ଥିକ ସ୍ଥିତି ଅନୁଯାୟୀ ଅନେକ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ନିର୍ଭର କରି ରହିଥାନ୍ତି । ଯାହାଫଳରେ ସ୍ୱାମୀ ଯେତେ ପ୍ରକାରର ଅତ୍ୟାଚାର କଲେ ବି ସେ ସ୍ୱାମୀଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ । କିଛି ମହିଳାଙ୍କ ଚିନ୍ତାଧାରା ଏଭଳି ଥାଏ କି ସ୍ୱାମୀଙ୍କ ଠାରୁ ଅଲଗା ହେଲେ କେଉଁଠି ରହିବେ ଏବଂ କ’ଣ ଖାଇବେ ।