ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ଖୀର ପିଇବା ଶରୀର ପାଇଁ ଜରୁରୀ ହୋଇଥାଏ । ଖୀରରେ ପୋଷକତ୍ତତତ୍ୱ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରତିଦିନ ଗୋଟେ ଗ୍ଲାସ ଖୀର ଫାଇଦା ହୋଇପାରେ ସତ କିନ୍ତୁ ଏହା ବେଳେ ବେଳେ ଆପଣଙ୍କ ପାଇଁ ବିଷ ପାଲଟି ଯାଇପାରେ । ଯାହା ଆପଣଙ୍କୁ ଜଣା ପଡିନଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ପରେ ଖୀର ପିଇବା ଉଚିତ୍ ନୁହେଁ ।
ମାଛ ଖାଇବା ପରେ:
ମାଛରେ ପ୍ରବଳ ମାତ୍ରାରେ ପ୍ରୋଟିନ୍ ଥାଏ କିନ୍ତୁ ଏହାକୁ ଖାଇବା ପରେ ଖୀର ପିଇଲେ ପାଚନ କ୍ରିୟାରେ ଗଡବଡୀ ହୋଇପାରେ । ଏହାଦ୍ୱାରା ଫୁଡ୍ ପଏଜନିଙ୍ଗ ଏବଂ ପେଟ ଦରଜ ଭଳି ଲକ୍ଷଣ ଦେଖାଦେଇଥାଏ ।
ଡାଲି ଖାଇବା ପରେ: ମୁଗ ଓ ବିରି ଡାଲି ଏବଂ ଖୀରର ଦୂରଦୁରାନ୍ତରୁ କୌଣସି ସଂପର୍କ ନାହିଁ । ଏହି ଡାଲି ଖାଇବା ପରେ ଖୀର ପିଇଲେ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ପେଟ ଦରଜ, ବାନ୍ତି, ଶରୀର ଓଜନିଆ ଲାଗିବା ଭଳି ସମସ୍ୟା ଉପୁଜି ଥାଏ ।
ଖଟା ଜାତୀୟ ଫଳ ଖାଇବା ପରେ: ଏହି ଫଳ ଖାଇବା ପରେ ଖୀର ପିଇବା ପାଇଁ ଭୁଲରେ ବି ଭାବନ୍ତୁନି, କାରଣ ଏହାଦ୍ୱାରା ବାନ୍ତି ହେବାର ଆଶଙ୍କା ଥାଏ ।