ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗର୍ଭାବସ୍ଥାରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଧ୍ୟାନ ଦେବା ଉଚିତ୍ । ଏହି ସମୟରେ ଡାକ୍ତରମାନେ ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିସାର ଯୁକ୍ତ ତଥା ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏହାଦ୍ୱାରା ମା’ ସହିତ ପେଟରେ ଥିବା ଛୁଆର ମଧ୍ୟ ସ୍ୱାସ୍ଥ୍ୟ ଠିକ୍ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପୁରାତନ କାଳରେ ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ ଠିକ୍ ରହିବା ପାଇଁ ଶୁଖିଲା ନଡିଆ ସେବନ କରୁଥିଲେ । ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଶୁଖିଲା ନଡିଆ କି କି ଫାଇଦା ଦେଇଥାଏ ।
– ଯଦି ଗର୍ଭାବସ୍ଥା ସମୟରେ ପାଦ ଫୁଲିକି ରହୁଛି, ତେବେ ଆପଣ ଶୁଖିଲା ନଡିଆ ଖାଇ ପାରିବେ । ଏହାଦ୍ୱାରା ପାଦ ଫୁଲିବା କମ ହୋଇ ଯାଇଥାଏ ।
– ଗର୍ଭବସ୍ଥାରେ ପ୍ରାୟତଃ ପେଟ ଗ୍ୟାସ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ମଧ୍ୟ ଆପଣ ନଡିଆ ଖାଇ ପାରିବେ ।
– ଶୁଖିଲା ନଡିଆ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ଠିକ୍ ରହିଥାଏ ।
– ଏହାବ୍ୟତୀତ ଗର୍ଭାବସ୍ଥାରେ ଶୁଖିଲା ନଡିଆ ଖାଇବା ଦ୍ୱାରା ମହିଳାମାନଙ୍କର ସ୍ତନଦୁଗ୍ଧ ବୃଦ୍ଧି ହୋଇଥାଏ । ଯାହା ଛୋଟ ଶିଶୁର ସ୍ୱାସ୍ଥକୁ ଖୁବ୍ ଫାଇଦା ମିଳିଥାଏ ।