ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଚଣ୍ଡ ଖରାତାପରେ ଜଳୁଛି ରାଜ୍ୟ । ଇତି ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଖାସ୍ ଧ୍ୟାନ ରଖିବା ଜରୁରୀ ହୋଇ ପଡିଛି । ଖରା ସମୟରେ ବାହାରକୁ ବାହାରିବା ବେଳେ ସୂର୍ଯ୍ୟ କିରଣ ସିଧା ଆଖିରେ ପଡିଥାଏ, ଯାହାଦ୍ୱାରା ଆଖିରେ ଥିବା ପାଣି ଶୁଖିଥାଏ । କେବଳ ଏତିକି ନୁହେଁ ଏହାଦ୍ୱାରା ଆଖି ଜଳାପୋଡା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ଉପୁଜି ଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା କାହିଁକି ବଢିଥାଏ ଏବଂ ଏହାର ଧ୍ୟାନ କିପରି ରଖିବା ଉଚିତ୍ ।
ଆଜିକାଲି ହସ୍ପିଟାଲରେ ଅଧିକାଂଶ ମାତ୍ରାରେ ‘ଡ୍ରାଏ ଆଇ’ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଡାକ୍ତରଙ୍କ ମୁତାବକ, ଗରମ ସମୟରେ ଆଖିରେ ଲୁହ ହେବା କମି ଯାଇଥାଏ । ଆଖି ଭାରି ହୋଇଯାଏ ଏବଂ ଯେଉଁ ଲୋକ ଅଫିସରେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲରେ ଅଧିକ ସମୟ ବିତାଉଛନ୍ତି ସେମାନଙ୍କୁ ‘ଡ୍ରାଏ ଆଇ’ ସମସ୍ୟା ଭୋଗିବାକୁ ପଡେ । ହୁଏତ ଜରୁର ନୁହେଁ କି କେବଳ ଗରମ ଦିନେ ଆଖିରୁ ପାଣି ସୁଖେ ଏହାର ଅନ୍ୟ କାରଣ ବି ହୋଇପାରେ । ତେବେ ଆସନ୍ତୁ ଜାଣିବା ଖରାଦିନେ ଆଖିକୁ କିଭଳି ସୁରକ୍ଷିତ ରଖିବେ ।
– ବାତାବରଣର ସିଧା ପ୍ରଭାବ ଆଖି ଉପରେ ପଡିଥାଏ । ସେଥିପାଇଁ ବେଶୀ ସମୟ ଖରାରେ ରୁହନ୍ତୁ ନାହିଁ ।
– ଘରୁ ବାହାରକୁ ବାହାରିଲା ବେଳେ ଚଷମା ବ୍ୟବହାର କରନ୍ତୁ ।
– ଗୋଟେ ମିନିଟ୍ ରେ ପାଖାପାଖି ୧୫ ଥର ପଲକ ପକାନ୍ତୁ ।
– ପ୍ରତି ତିନି ଘଣ୍ଟା ବ୍ୟବଧାନରେ ଆଖିରେ ପାଣି ଛିଟା ମାରନ୍ତୁ ।
– ଆଖିକୁ ଥଣ୍ଡା ପହଁଚାଇବା ପାଇଁ କାକୁଡି ଲଗାନ୍ତୁ ।
– ଡାକ୍ତରଙ୍କୁ ପରାମର୍ଶ କରି ଆଇ ଡ୍ରପ ବ୍ୟବହାର କରନ୍ତୁ ।