ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ଆପଣଙ୍କ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଏବଂ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଡାଇଟରେ ପରିବର୍ତ୍ତନ କରନ୍ତୁ । ଡାଇଟରେ ସାମିଲ କରନ୍ତୁ ଅମୃତ ଭଣ୍ଡା । ଏହାଦ୍ୱାରା ଆପଣଙ୍କ ଓଜନ ହ୍ରାସ ହୋଇପାରେ । ଅମୃତ ଭଣ୍ଡାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଖଣିଜ ଭରପୁର ମାତ୍ରାରେ ରହିଥାଏ । ଏହାଦ୍ୱାରା କ୍ୟାଲୋରୀ ମାତ୍ରା କମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଓଜନ ହ୍ରାସ କରିବାରେ ଅମୃତ ଭଣ୍ଡା କିଭଳି ସହାୟକ ହୋଇଥାଏ ।
ଶରୀରରେ ଏକ୍ସଟ୍ରା କ୍ୟାଲୋରୀକୁ କମ କରିବାରେ ଅମୃତଭଣ୍ଡା ସହାୟକ ହୋଇଥାଏ । ଏହା ଶରୀରରୁ କେବଳ ବିଷାକ୍ତ ପଦାର୍ଥକୁ ବାହାର କରେ ତାହା ନୁହେଁ ବରଂ ମେଟାବଲିଜିମ୍ କୁ ନିୟନ୍ତ୍ରିତ କରିଥାଏ । ସେହିପରି ପାଚନ ପ୍ରକ୍ରିୟାକୁ ସଠିକ୍ ରଖିଥାଏ ।
ଅନେକ ଗବେଷଣାରେ ଏହା ମଧ୍ୟ ଜଣାପଡିଛି କି, ଅମୃତମଣ୍ଡା ମଞ୍ଜିରେ ଶରୀରର ଏକ୍ସଟ୍ରା ଚର୍ବିକୁ ଗ୍ରହଣ ନକରିବାର କ୍ଷମତା ରହିଛି । ଯାହାଦ୍ୱାରା ଓଜନ ବୃଦ୍ଧି ହେବ ଏବଂ ଫୁଲିବା ସମସ୍ୟା ଦୂର ହୋଇଥାଏ ।
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଅମୃତଭଣ୍ଡା ନିୟମିତ ସେବନ କରନ୍ତୁ । ଆପଣ ସକାଳ ଜଳଖିଆରେ, ଖରାବେଳେ ଏବଂ ରାତ୍ରି ଭୋଜନରେ ଅମୃତଭଣ୍ଡା ସେବନ କରିପାରିବେ । ଏହାସହିତ ଆପଣ ଅମୃତ ଭଣ୍ଡାକୁ ସାଲାଡ କରି ମଧ୍ୟ ସେବନ କରିପାରିବେ ।