ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଛୋଟ ବେଳେ ଶରୀରରେ ଭିଟାମିନ୍ ଡି ପ୍ରଚୁର ମାତ୍ରାରେ ନ ମିଳିବା ଫଳରେ ବଡ ହୋଇ ତାହା ହୃଦ୍ ରୋଗ ହେବାର ଆଶଙ୍କାକୁ ବଢାଇ ଦେଇଥାଏ । ଏକ ଗବେଷଣା ଅନୁଯାୟୀ ପିଲାଦିନେ ଭିଟାମିନ୍ ଡି ପ୍ରର୍ଯ୍ୟାପ୍ତ ମାତ୍ରାରେ ନମିଳିବା ଦ୍ୱାରା ୨୫ ବର୍ଷ ବୟସ ପରେ ଅବସ୍ଥାରେ ସେହି ଅଭାବ ସବକ୍ଳିନିକାଲ୍ ଏଥେରୋସ୍କେଲରୋସିସ ରୂପରେ ଦେଖାଦେଇଥାଏ । ଏଥେରୋସ୍କେଲରୋସିସ ର ସିଧା ସମ୍ବନ୍ଧ ହୃଦ୍ ରୋଗ ସହ ରହିଛି ଏବଂ ଏହା ହାର୍ଟର ଗତିବିଧିକୁ ପ୍ରଭାବିତ କରିଥାଏ ।
ଫିନଲ୍ୟାଣ୍ଡ ର ୟୁନିଭରସିଟି ଅଫ୍ ଟୁରକୁ ର ଏକ ପ୍ରଫେସର କହିଛନ୍ତି କି, ଗବେଷଣାର ପରିଣାମ ଅନୁଯାୟୀ ପିଲାଦିନେ ଭିଟାମିନ୍ ଡି ର ଅଭାବ ଏବଂ ବୟସ୍କ ଅବସ୍ଥାରେ ତାହା ସବକ୍ଳିନିକାଲ୍ ଏଥେରୋସ୍କେଲରୋସିସ ସମସ୍ୟା ମଧ୍ୟରେ ଗଭୀର ସମ୍ବନ୍ଧ ଦେଖିବାକୁ ମିଳିଛି ।
ଗବେଷକ ପ୍ରଥମେ ୩ ବର୍ଷରୁ ୧୮ ବର୍ଷର ପିଲାଙ୍କ ମଧ୍ୟରୁ ପାଖାପାଖି ୨୧୪୮ଜଣଙ୍କୁ ନେଇ ଗବେଷଣା କରିଥିଲେ । ଏହାସହିତ ପୁଣି ଥରେ ସେହି ପ୍ରତିଯୋଗୀମାନଙ୍କୁ ନେଇ ୩୦ ରୁ ୪୫ ବର୍ଷ ରେ ଗବେଷଣା କରାଗଲା । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଲା ଯେ ଯେଉଁ ପ୍ରତିଯୋଗୀମାନଙ୍କୁ ପିଲାଦିନେ ଭରପୁର ମାତ୍ରାରେ ଭିଟାମିନ୍ ଡି ମିଳିନାହିଁ, ସେମାନଙ୍କୁ ବୟସ ହେବା ପରେ ଏଥେରୋସ୍କେଲରୋସିସ ପାଇଁ ଦାୟୀ କ୍ୟାରୋଟିଡ ଇଂଟିମା-ଥିକନେସ ଅର୍ଥାତ ହୃଦ୍ ରୋଗର ବିପଦ ଅଧିକ ଥାଏ ।