ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସକାଳୁ ଉଠିବା ପରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ସେଥିପାଇଁ ବ୍ରଶ କରିବା ପରେ ଏହି ଦୁର୍ଗନ୍ଧରୁ ରକ୍ଷା ମିଳିଥାଏ । ଏହାସହିତ ସାରା ଦିନ ଫ୍ରେଶ ଅନୁଭବ ହୋଇଥାଏ । କିନ୍ତୁ ଯଦି ଏହି ଦୁର୍ଗନ୍ଧ ସମସ୍ୟା ଅଧିକ ବଢିଯାଇଥାଏ ତେବେ ଏହା ଗମ୍ଭୀର ସମସ୍ୟାରେ ପରିଣତ ହୋଇଥାଏ । ଯାହାଫଳରେ ଦିନ ସାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଯେଉଁଥିପାଇଁ ଅନେକ ସ୍ଥାନରେ ଲଜିତ ହେବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ ବିଷୟରେ କହିବା ସହିତ ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ ମଧ୍ୟ କହିବୁ ।
ବିଶେଷଜ୍ଞଙ୍କ ମତରେ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ଦ୍ୱାରା ପାଟି ଶୁଖିଯାଇଥାଏ । ଯେଉଁଥିପାଇଁ ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ବଢିଯାଇଥାନ୍ତି । ଏହାବ୍ୟତିତ ଶୋଇା ସମୟରେ ପାଟିରୁ ଛେପ ସ୍ତର କମ ହୋଇଯାଇଥାଏ ଏବଂ ପାଟି ଭିତର ଶୁଖିଯାଇଥାଏ । ସେଥିପାଇଁ ସକାଳୁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।
କାରଣ:
– ଭଲ ଭାବେ ପାଟି ନଧୋଇବା
– ଭଲକି ବ୍ରଶ ନକରିବା
– ଶୋଇବା ସମୟରେ ନାକର ନିଶ୍ୱାସ ନେବା ବଦଳରେ ପାଟିରେ ନିଶ୍ୱାସ ନେବା
– ଅଧିକ ମାତ୍ରାରେ ଔଷଧ ସେବନ କରିବା
– ଧୂମପାନ କରିବା
ଉପାୟ:-
– ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟରେ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ବ୍ରଶ କରନ୍ତୁ । ସଠିକ ଟୁଥପେଷ୍ଟ ଚୟନ କରନ୍ତୁ । ଦାନ୍ତ ସଫର କରିବା ପରେ ଜିଭ ସଫା କରନ୍ତୁ ।
– ଦାନ୍ତ ଭିତରେ ରହିଯାଇଥିବା ଖାଦ୍ୟ ଭଲ ଭାବେ ବାହାରି ପାରିନଥାଏ । ସେଥିପାଇଁ ଫ୍ଲସ ବ୍ୟବହାର କରିବା ଜରୁରୀ । ଆପଣ ଯେକୌଣସି ମେଡିକାଲ ଷ୍ଟୋରରୁ ଫ୍ଲାସ ଆଣି ବ୍ୟବହାର କରିପାରିବେ ।
– ମାର୍କେଟରେ ଆପଣଙ୍କୁ ବିଭିନ୍ନ ପ୍ରକାରର ମାଉଥୱାଶ ମିଳିଯିବ । ଏହା ପାଟି ସଫା ରଖିବା ସହିତ ଦାନ୍ତ ମଧ୍ୟ ସଫା ରଖିଥାଏ । ସେଥିପାଇଁ ଆପଣ କିଛି ସେକେଣ୍ଡ ପାଇଁ ମାଉଥୱାସ ବ୍ୟବହାର କରିପାରିବେ ।
– ଲବଙ୍ଗରେ ଅନେକ ଗୁଣ ରହିଛି ଯାହାଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇପାରିବ । ସେଥିପାଇଁ ଲବଙ୍ଗକୁ ହାଲୁକା ଭାଜିଦିଅନ୍ତୁ ଏହାପରେ ପାଟିରେ ପକାଇ ଚୋବାନ୍ତୁ ।
– ଲେମ୍ବୁ ଏବଂ କମଳାରୁ ଏଭଳି ଏସିଡ ମିଳିଥାଏ ଯାହାଦ୍ୱାରା ପାଟିରୁ ଜିବାଣୁ ଦୂର ହୋଇଥାଏ । ସେଥିପାଇଁ ଗୋଟେ ଚାମଚ ଲେମ୍ବୁ ବା କମଳା ରସରେ ସାମାନ୍ୟ ଲୁଣ ମିଶାଇ ରାତିରେ ଶୋଇବା ପୂର୍ବରୁ କୁଳକୁଜା କରି ଶୁଅନ୍ତୁ । ଏହାଦ୍ୱାରା ପାଟି ଦୁର୍ଗନ୍ଧ ସମେତ ଜୀବାଣୁ ବି ମରି ଯାଇଥାନ୍ତି ।
– ନିୟମିତ ତୁଳସୀ, ପୁଦିନା ପତ୍ର ଆଦି ଚୋବାଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ ।
– ଗ୍ରୀନ ଟି ରେ ଆଣ୍ଟି ବାକ୍ଟେରିଆଲ ଗୁଣ ରହିଛି ଯାହା ପାଟି ଦୁର୍ଗନ୍ଧକୁ କମ କରିବାରେ ସହାୟକ ହୋଇଥାଏ ।