ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୌଷ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଗୁରୁବାର ମାନେ ଡିସେମ୍ବର ୨୬ ରେ ସୂର୍ଯ୍ୟପରାଗ ପଡିବ । ଏହି ପରାଗ ଭାରତର ଅଧିକତମ ସ୍ଥାନରେ ଦୃଶ୍ୟମାନ ହେବ । ଏହା ଖଣ୍ଡଗ୍ରାସ ପରାଗ ଭାବେ ଦୃଶ୍ୟମାନ ହେବ । ସେହିପରି ଦକ୍ଷୀଣ ଭାରତର କିଛି ସ୍ଥାନରେ କଙ୍କଣ କୃତିକା ସୂର୍ଯ୍ୟପରାଗ ଦେଖାଯିବ ।
ଭାରତ ବ୍ୟତିତ ଏହି ପରାଗ ଏସିଆର କିଛି ଦେଶରେ ଦୃଶ୍ୟମାନ ହେବ ଯେପରିକି; ସାଉଦି ଆରବ, ଶ୍ରୀଲଙ୍କା, ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିୟା,ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ଇରାକ, ଚୀନ୍, ତିବ୍ୱତ, ଭୁଟାନ, ମିଆଁମାର, ଜାପାନ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ବି ଦୃଶ୍ୟମାନ ହେବ । ୨ ଘଣ୍ଟା ୫୨ ମିନିଟ୍ ଯାଏଁ ଲାଗି ରହିବ ଏହି ପରାଗ ।
ବର୍ଷର ଏହି ଶେଷ ପରାଗ କେଉଁ ରାଶି ପାଇଁ ରହିବ ଶୁଭ ଏବଂ କେଉଁ ରାଶି ପାଇଁ ରହିବ ଅଶୁଭ ତେବେ ଆସନ୍ତୁ ଜାଣିବା..
ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ, ବୁଧ, ଗୁରୁ, ଶନି, ଚନ୍ଦ୍ର ଏବଂ କେତୁ ଆଦି ଧନୁ ରାଶିରେ ବିଦ୍ୟମାନ ହେବେ । କେତୁର ମୂଳ ନକ୍ଷତରେ ସୂର୍ଯ୍ୟପରାଗ ରହିବ । ଏହି ପରାଗ ଯୋଗୁଁ କୌଣସି ପ୍ରକାରର ଅନିଷ୍ଟ ହେବ ନାହିଁ । ଏହି ପରାଗ ବିଶେଷ କରି ୬ଟି ରାଶି ଉପରେ ପ୍ରଭାବ ପକାଇବ । ସେହିପରି ୫ଟି ରାଶି ଉପରେ ମିଶ୍ରିତ ଏବଂ ୩ଟି ରାଶି ଉପରେ ନକରାତ୍ମକ ପ୍ରଭାବ ପଡିବ ।
ଏହି ସୂର୍ଯ୍ୟ ପରାଗ ବୃଷଭ, କନ୍ୟା, ତୁଳା, କର୍କଟ, କୁମ୍ଭ ଏବଂ ମୀନ ରାଶି ଉପରେ ସକରାତ୍ମକ ପ୍ରଭାବ ପକାଇବ । ସେହିପରି ମେଷ, ସିଂହ, ମକର ଏବଂ ମିଥୁନ ରାଶିର ଉପରେ ମିଶ୍ରିତ ପ୍ରଭାବ ପକାଇବ । ଅନେପଟେ ଏହି ପରାଗ ଧନୁ ଏବଂ ବିଛା ରାଶି ପାଇଁ ଶୁଭ ସଂକେତ ନୁହେଁ ।