ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଲୋକଙ୍କର ସକାଳର ଆରମ୍ଭ ଚା’ ଠାରୁ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ସକାଳୁ ଖାଲି ପେଟରେ ଚା’ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ପ୍ରକୃତରେ ଚା’ ପିଇବା ଦ୍ୱାରା କୌଣସି କ୍ଷତି ହୋଇନଥାଏ କିନ୍ତୁ ଖାଲି ପେଟରେ ଚା’ ସେବନ ଦ୍ୱାରା ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ସେବନ ଦ୍ୱାରା ହେଉଥିବା ହାନିକାରକ ବିଷୟରେ ।
– ଆପଣ ଜାଣିଛନ୍ତି କି ମୋଟାପଣ କାରଣ କଣ ହୋଇପାରେ । ଆଜ୍ଞା ହଁ ଖାଲି ପେଟରେ ଚା’ ସେବନ ଦ୍ୱାରା ମୋଟାପଣ ହୋଇଥାଏ । କାରଣ ଚା’ରେ ମିଶିଥିବା ଚିନି ଶରୀର ଭିତରକୁ ଯାଇଥାଏ, ଯାହାଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ ।
– ଚା’ ସେବନ କରିବା ଦ୍ୱାରା ହାଡ ଦରଜ ହୋଇଥାଏ ଏବଂ ଦାନ୍ତ ହଳଦିଆ ହୋଇଥାଏ ।
– ଏଥିରେ ପ୍ରଚୁର ପରିମାଣରେ କ୍ୟାଫିନ ଥାଏ ଯାହା ମସ୍ତିସ୍କକୁ ଉତ୍ତେଜିତ କରିବାର କାମ କରିଥାଏ । ସେଥିପାଇଁ ଖାଲି ପେଟରେ ବା ଅଧିକ ଚା ସେବନ କରିବା ଦ୍ୱାରା ଚିନ୍ତା ତଥା ଅବସାଦ ଭଳି ସମସ୍ୟା ଉପୁଜିଥାଏ ।
– କିଛି ଲୋକ ଷ୍ଟ୍ରଙ୍ଗ ଚା’ ସେବନ କରିବାକୁ ପସନ୍ଦ କରିଥାନ୍ତି କିନ୍ତୁ ସକାଳୁ ଖାଲି ପେଟରେ ଏହାକୁ ସେବନ କରିବା ଦ୍ୱାରା ପେଟ ଖରାପ ହୋଇଥାଏ । ଧୀରେ ଧୀରେ ପେଟରେ ଅଲ୍ସର ସମସ୍ୟା ସୃଷ୍ଟି ହୋଇଥାଏ ।